ନୂଆଦିଲ୍ଲୀ: ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା । ଇଜିପ୍ଟରେ ଟ୍ରମ୍ପଙ୍କ ଉପସ୍ଥିତିରେ ହେବ ଗାଜା ଶାନ୍ତି ଚୁକ୍ତି । ଶାନ୍ତି ଚୁକ୍ତି ସମ୍ମିଳନୀରେ ଭାରତ ସମେତ ୨୦ଟି ଦେଶର ନେତା ଯୋଗଦେବେ । ଚୁକ୍ତି ଅନୁସାରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଥମେ ଇସ୍ରାଏଲ ଯିବେ ଟ୍ରମ୍ପ ।
ତେବେ କହିରଖୁଛୁ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ମିଶର ଗସ୍ତରେ ଯିବେ, ଯେଉଁଠାରେ ସେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧବିରତି ଏବଂ ବନ୍ଧକ ଚୁକ୍ତିନାମା ପାଳନ କରିବେ। ସେ ମଧ୍ୟପ୍ରାଚ୍ୟ ସହଯୋଗୀମାନଙ୍କୁ ଏହି ଅଶାନ୍ତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାର ସୁଯୋଗ ହାତଛଡ଼ା କରିବାକୁ ମଧ୍ୟ ଆହ୍ୱାନ କରିବେ।
ଗତ ଦୁଇ ବର୍ଷ ଧରି ଗାଜାରେ ଚାଲିଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଅସ୍ତ୍ରବିରତି କାର୍ଯ୍ୟକାରୀ କରିବା ପ୍ରକ୍ରିୟାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଇଜିପ୍ଟର ଶର୍ମ ଶର୍ମ୍-ଅଲ୍-ଶେଖ୍ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ।
