କାଳ ବିଳମ୍ବ ନ କରି ସଂସଦକୁ ଭଙ୍ଗ କରିବା ଉଚିତ୍: କାଠମାଣ୍ଡୁ ମେୟର

କାଠମାଣ୍ଡୁ: ଧିରେ ଧିରେ ସୁଧୁରୁଛି ନେପାଳ ସ୍ଥିତି । ଆଉ ଏହାରି ଭିତରେ ବିକ୍ଷୋଭକାରୀଙ୍କୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର । ବିକ୍ଷୋଭକାରୀଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର ବାଲେନ୍ ଶାହ । ଦେଶ ଏବେ ସ୍ବର୍ଣ୍ଣିମ ଭବିଷ୍ୟତ ଆଡ଼କୁ ଗତି କରୁଛି । ତେଣୁ ଭୟଭୀତ ନ ହୋଇ ଧୈର୍ଯ୍ୟ ରଖିବାକୁ ହେବ । ସୁଶିଳା କାର୍କିଙ୍କୁ ଅନ୍ତରୀଣ ମୁଖ୍ୟ କରାଯିବା ପ୍ରସ୍ତାବକୁ ମୁଁ ସମର୍ଥନ…

କାଠମାଣ୍ଡୁ: ଧିରେ ଧିରେ ସୁଧୁରୁଛି ନେପାଳ ସ୍ଥିତି । ଆଉ ଏହାରି ଭିତରେ ବିକ୍ଷୋଭକାରୀଙ୍କୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର । ବିକ୍ଷୋଭକାରୀଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର ବାଲେନ୍ ଶାହ । ଦେଶ ଏବେ ସ୍ବର୍ଣ୍ଣିମ ଭବିଷ୍ୟତ ଆଡ଼କୁ ଗତି କରୁଛି । ତେଣୁ ଭୟଭୀତ ନ ହୋଇ ଧୈର୍ଯ୍ୟ ରଖିବାକୁ ହେବ । ସୁଶିଳା କାର୍କିଙ୍କୁ ଅନ୍ତରୀଣ ମୁଖ୍ୟ କରାଯିବା ପ୍ରସ୍ତାବକୁ ମୁଁ ସମର୍ଥନ ଜଣାଉଛି । ମୁଁ ଆପଣଙ୍କ ବୁଦ୍ଧିମତା, ଜ୍ଞାନ ଓ ଏକତାକୁ ସମ୍ମାନ ଜଣାଉଛି । ଆପଣଙ୍କ ଏହି ନିଷ୍ପତ୍ତି ଦର୍ଶାଉଛି, ଆପଣ କେତେ ପରିପକ୍ବ । ଦେଶକୁ ଆପଣଙ୍କ ଆବେଗ, ଚିନ୍ତାଧାରା, ସଚ୍ଚୋଟତା ସ୍ଥାୟୀ ଭାବରେ ଆବଶ୍ୟକ । ଏଥିପାଇଁ ନିର୍ବାଚନ ହେବ, ଦୟାକରି ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି କାଠମାଣ୍ଡୁ ମେୟର । ତେବେ କାଳ ବିଳମ୍ବ ନ କରି ସଂସଦକୁ ଭଙ୍ଗ କରିବା ଉଚିତ୍ ବୋଲି କହିଛନ୍ତି କାଠମାଣ୍ଡୁ ମେୟର ବାଲେନ୍ ଶାହ ।

ସେହିପରି ମହାମହିମ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସେ କହିଛନ୍ତି, ଜେନ୍-ଜେଡ୍ ଆଣିଥିବା ଐତିହାସିକ ବିପ୍ଲବକୁ ସୁରକ୍ଷା କରିବା ପାଇଁ, ଏକ ଅସ୍ଥାୟୀ ସରକାର ଗଠନ କରାଯାଇ ପାର୍ଲାମେଣ୍ଟକୁ ବିଲୋପ କରାଯିବା ଅତ୍ୟାବଶ୍ୟକ । ତେବେ କହିରଖୁଛୁ ଯେ, ବର୍ତ୍ତମାନର କାଠମାଣ୍ଡୁ ମେୟର ତଥା ୩୫ ବର୍ଷୀୟ ବାଲେନ ରାଜନୀତିରେ ଏଣ୍ଟ୍ରି ପୂର୍ବରୁ ସେ ଜଣେ ରାପର୍‌ ଥିଲେ । ସବୁ ନେତା ଚୋର । ସେମାନେ ଦେଶକୁ ଲୁଟୁଛନ୍ତି, ଦେଶକୁ ଖାଇଯାଉଛନ୍ତି ବୋଲି ଦିନେ ଗୀତରେ ଗୀତରେ ଗାଇଥିଲେ ବାଲେନ ଶାହ । ଦୁର୍ନୀତି, ଅନ୍ୟାୟ, ଅସମାନତା ବିରୋଧରେ ସବୁବେଳେ ଗୀତ ମାଧ୍ୟମରେ ସ୍ୱର ଉଠାଉଥିଲେ । ଯୁବଗୋଷ୍ଠୀ ହିଁ ପରିବର୍ତ୍ତନ କରିପାରିବେ ବୋଲି କହୁଥିଲେ । ୨୦୨୨ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି କାଠମାଣ୍ଡୁ ମେୟର ହୋଇଥିଲେ ବାଲେନ ଶାହ । ସୋସିଆଲ ମିଡିଆରେ ନେପୋ କିଡ୍‌ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନର ସେ ଥିଲେ ସୂତ୍ରଧର । ଜେନ-ଜି ଆନ୍ଦୋଳନରେ ସିଧାସଳଖ ସାମିଲ ନଥିଲେ ବି ଦୃଢ ସମର୍ଥନ ଦେଇଥିଲେ । 

Leave a Reply

Your email address will not be published. Required fields are marked *