ସାମ୍ନାକୁ ଆସିଲା ଛାତି ଥରା ଦୃଶ୍ୟ, ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି

ଭୁବନେଶ୍ଵର: ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି । ମଞ୍ଚେଶ୍ବର ଥାନା ପାଣ୍ଡରାରେ ଜଳିଗଲେ ଆଇନଜୀବୀ । ନିଆଁ ଲାଗି ଦେହ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ଥାନା ପୋଲିସ୍ । ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ନେଇ ପୋଲିସ୍‌ର ସୂଚନା । ତେବେ ଆଇନଜୀବୀଙ୍କ ଆତ୍ମାହୁତିର କାରଣ କ’ଣ, ତାହା ଏବେ ବି…

ଭୁବନେଶ୍ଵର: ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି । ମଞ୍ଚେଶ୍ବର ଥାନା ପାଣ୍ଡରାରେ ଜଳିଗଲେ ଆଇନଜୀବୀ । ନିଆଁ ଲାଗି ଦେହ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ଥାନା ପୋଲିସ୍ । ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ନେଇ ପୋଲିସ୍‌ର ସୂଚନା । ତେବେ ଆଇନଜୀବୀଙ୍କ ଆତ୍ମାହୁତିର କାରଣ କ’ଣ, ତାହା ଏବେ ବି ଅସ୍ପଷ୍ଟ । ମୃତକ ଜଣଙ୍କ ହେଉଛନ୍ତି ୪୬ ବର୍ଷୀୟ ଦୀପକ ସାହୁ । ପେସାରେ ସେ ଜଣେ ଆଇନଜୀବୀ ।  

ମିଳିଥିବା ସୂଚନା ଅନୁସାରେ, ଦୀପକ ନିଜ ପତ୍ନୀ ୨ ସନ୍ତାନ ଓ ମା’ଙ୍କ ସହ ପାଣ୍ଡେରାରେ ରହୁଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଗରମ ହେଉଛି କହି ଛାତ ଉପରକୁ ଚାଲିଯାଇଥିଲେ । ମାତ୍ର ଫେରିବାରେ ବିଳମ୍ବ ହେବାରୁ ରାତି ସାଢ଼େ ୧୦ଟା ସମୟରେ ପତ୍ନୀ ୪ମହଲା ଛାତ ଉପରକୁ ଯାଇଥିଲେ । ହେଲେ ସିଡି କବାଟ ବନ୍ଦ ଥିବା ଦେଖି ସେ ଦୀପକଙ୍କୁ କବାଟ ଖୋଲିବାକୁ ଡାକିଥିଲେ । କିନ୍ତୁ ସେ କବାଟ ଖୋଲି ନଥିଲେ କି ଜବାବ ଦେଇନଥିଲେ । ତେବେ କବାଟ ଫାଙ୍କରେ ନିଆଁ ଦେଖି ପତ୍ନୀ ପାଟି କରି ପରିବାର ଲୋକଙ୍କୁ ଡାକିଥିଲେ । ପାଟି ଶୁଣି ପରିବାର ଲୋକ ଏବଂ ପଡ଼ୋଶୀମାନେ ଧାଇଁ ଆସି ପାଖଘର ଛାତ ଦେଇ ‌କିଛି ଯୁବକ ସେଠାକୁ ଯାଇଥିଲେ । ହେଲେ ସେତେବେଳକୁ ଦୀପକଙ୍କ ଶରୀର ସମ୍ପୁର୍ଣ୍ଣ ପୋଡ଼ି ଯାଇଥିଲା । ଏନେଇ ଖବର ପାଇବା ପରେ ମଞ୍ଚେଶ୍ବର ଥାନା ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ତଦନ୍ତ ଆରମ୍ଭ କରିଛି  । ତେବେ ଆତ୍ମଦାହର କାରଣ ଜଣାପଡିନଥିବା ବେଳେ ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି । ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *