ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ । ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି । ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ନିୟମିତ ଠାକୁରଙ୍କ ଦର୍ଶନ ଚାଲିଥାଏ । ହଠାତ୍ ଶ୍ରୀମନ୍ଦିର ଭିତର କାଠ ନିକଟରେ ଛେପ ପଡିଥିବାର ସେବାୟତ ଦେଖିବାକୁ ପାଇଥିଲେ। ପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବନ୍ଦ କରାଯାଇଥିଲା। ନୀତି ଅନୁସାରେ ବଡ଼ଦେଉଳରେ ଶ୍ରୀଜିଉଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ମହାସ୍ନାନ ପରେ ପୁଣି ଥରେ ନୀତିକାନ୍ତି ଆରମ୍ଭ ହେବ ବୋଲି ସୂଚନା ମିଳିଛି।
