ପୋଲିସ SI ପରୀକ୍ଷା ଜାଲିଆତି ଘଟଣା; ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି

ଭୁବନେଶ୍ଵର: SI ପରୀକ୍ଷା ନେଇ ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ । ବିଜେଡି ଶାସନରେ ପ୍ରଶ୍ନ ପତ୍ର ଲିକ୍‌ଠୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ଆଗ ବିଜେଡି ଉତ୍ତର ଦେଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେ ଆହୁରି କହିଛନ୍ତି, ତାଙ୍କ ସମୟରେ ସରକାର ଓ ବିଜେଡି ପ୍ରୋତ୍ସାହନରେ…

ଭୁବନେଶ୍ଵର: SI ପରୀକ୍ଷା ନେଇ ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ । ବିଜେଡି ଶାସନରେ ପ୍ରଶ୍ନ ପତ୍ର ଲିକ୍‌ଠୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ଆଗ ବିଜେଡି ଉତ୍ତର ଦେଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେ ଆହୁରି କହିଛନ୍ତି, ତାଙ୍କ ସମୟରେ ସରକାର ଓ ବିଜେଡି ପ୍ରୋତ୍ସାହନରେ ଦୁର୍ନୀତି ହେଉଥିଲା । ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଲେ ହିଁ ଚାକିରି ନିଶ୍ଚିତ ମିଳୁଥିଲା । ବିଜେଡି ୨୪ ବର୍ଷ ଶାସନର ଆତ୍ମସମୀକ୍ଷା କରୁ, ତାପରେ ସମାଲୋଚନା କରିବ । ତେବେ ଯାହାର ବି ସଂପୃକ୍ତି ଥିବ, ଯେତେ ବଡ଼ ଲୋକ ହୋଇଥାନ୍ତୁ, ଦଣ୍ଡିତ ହେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ତେବେ ପୋଲିସ SI ପରୀକ୍ଷା ଜାଲିଆତି ଘଟଣାରେ CBI ତଦନ୍ତ ଦାବି କରିଛି ବିଜେଡି । ଏନେଇ ଏକ ପ୍ରେସ୍‌ମିଟ୍‌ କରି CBI ତଦନ୍ତ ଦାବି କଲେ ପ୍ରଶାନ୍ତ ମୁଦୁଲି, ଲେନିନ ମହାନ୍ତି । OPRB ପ୍ରଥମେ ITIକୁ ପରୀକ୍ଷା କରିବା ପାଇଁ ଟେଣ୍ଡର ଦେଇଥିଲା । ପରେ ସିଲିକନ ଟେକ୍‌ ଲ୍ୟାବ ସଂସ୍ଥାକୁ ପରୀକ୍ଷା ଦାୟିତ୍ବ ଦିଆଗଲା । ପୁଣି ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ସିଲ୍‌କନ୍‌ ଗଞ୍ଜାମରେ ଦେଇଥିଲା । କାହା ସ୍ବାର୍ଥରେ ସିଲକନ ଟେକ୍‌କୁ ଦିଆଗଲା ଦାୟିତ୍ବ ବୋଲି ପ୍ରଶ୍ନ କରିଛି ବିଜେଡି । ଓଡ଼ିଶା ପୋଲିସ କହିଲେ ୧୧୭ ପିଲାଙ୍କୁ ଗିରଫ କଲେ । ଯେଉଁମାନେ ପରୀକ୍ଷା ଦେଇଥାନ୍ତେ, ସେମାନେ ଏବେ ଜେଲରେ । ସେ ଲାଞ୍ଚ ଟଙ୍କା ତ ଗଲା, ସେମାନଙ୍କ ଭବିଷ୍ୟତ ବି ଗଲା ବୋଲି କହି ଉଦବେଗ ପ୍ରକାଶ କରିଛି ବିଜେଡି । ଘଟଣାକୁ ତିନି ଦିନ ହୋଇଗଲା । ସରକାର ତିନି ଦିନ ହେବ ନିରବ କାହିଁକି ? ଲାଞ୍ଚ ମାଷ୍ଟରମାଇଣ୍ଡ କିଏ ? ୧୫ ମାସରେ ୧୬ ପରୀକ୍ଷା ବାତିଲ ହେଲାଣି, ଏଥିପାଇଁ ଦାୟୀ କିଏ ? ବୋଲି ପ୍ରଶ୍ନ କରିଛି ବିଜେଡି । OPRB ଦାୟିତ୍ୱରେ ଜଣେ ସଚ୍ଚୋଟ ଅବସରପ୍ରାପ୍ତ IPS ସନ୍ତୋଷ ଉପାଧ୍ୟାୟ ଥିଲେ । ସଚ୍ଚୋଟ ବୋଲି ସେ ଏପ୍ରିଲରେ ଇସ୍ତଫା ଦେଲେ । ତାଙ୍କ ପରେ ସୁଶାନ୍ତ ନାଥ ଦାୟିତ୍ୱ ନେଲେ । ତା ପରେ ବାସ୍ତବ ଖେଳ ଆରମ୍ଭ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି ।

Leave a Reply

Your email address will not be published. Required fields are marked *