ଭୁବନେଶ୍ଵର: ପବିତ୍ର ଦଶହରାରେ ଘରେ ଘରେ ମାଆଙ୍କ ନିକଟରେ ଭୋଗ ଲଗାଇବା ପାଇଁ ପ୍ରସ୍ତୁତ କରାଯାଏ ବିଭିନ୍ନ ଭୋଗ । ଘରେ ଆମେ ମିଠାର ଭୋଗ ଲାଗାଇ ମାଆଙ୍କୁ ଅର୍ପଣ କରିପାରିବା । ଆଜି ଆମେ ମିଠାର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି “ନଡ଼ିଆ ବର୍ଫି”। ଏହି ରେସିପିଟି ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ନଡ଼ିଆ ବର୍ଫି ଏକ ସ୍ୱାଦିଷ୍ଟ, ସହଜରେ ପ୍ରସ୍ତୁତ ହୋଇପାରୁଥିବା ମିଠା । ଯାହାକୁ ଅତି ସହଜରେ ମାତ୍ର ୨ ଟି ଉପଦ୍ରଵ ବ୍ୟବହାର କରି ୩୦ ମିନିଟ ଭିତରେ ପ୍ରସ୍ତୁତ କରାଯାଇ ପାରିବ । ଭାରତର ପ୍ରାୟ ସବୁ ସ୍ଥାନରେ ଏହାର ଚାହିଦା ରହିଛି । କିଛି କିଛି ସ୍ଥାନରେ ଏହାକୁ ଚିନିରେ ପ୍ରସ୍ତୁତ କରାଯାଉଥିବା ବେଳେ କିଛି ସ୍ଥାନରେ ଗୁଡରେ ପ୍ରସ୍ତୁତ କରାଯାଉଛି । କିଛି ଲୋକ ଏହାକୁ ମିଲ୍କ ମେଡ଼ କିମ୍ବା କନ୍ଡେନ୍ସ ମିଲ୍କ ବ୍ୟବହାର କରି ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଯେବେକି କିଛି ଜଣ ଦୁଧ ବ୍ୟବହାର କରି ପ୍ରସ୍ତୁତ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
୧. ଦେଢ଼ କପ ନଡ଼ିଆ କୋରା ଯାଇଥିବା
୨. ଗୋଟେ କପ ଗୁଡ
ପ୍ରସ୍ତୁତି ପ୍ରଣାଳୀ:
ଚୁଲିରେ ଏକ ପ୍ୟାନ ବସାନ୍ତୁ । ଗରମ ହେବା ପରେ ଗୁଡ ଓ ନଡ଼ିଆ ଦିଅନ୍ତୁ । ଦୁଇ ଗୋଟି ଭଲ ଭାବରେ ମିଶିଗଲା ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ । ଆପଣ ଲକ୍ଷ କରିପାରିବେ ଏହାର ରଙ୍ଗ ହାଲୁକା ବାଦାମୀ ରଙ୍ଗରୁ ଗାଢ଼ ବାଦାମୀ ରଙ୍ଗର ହୋଇଯିବ । ମାତ୍ର କିଛି ମିନିଟ ଭିତରେ ଏହି ପରିବର୍ତ୍ତନ ଦେଖାଦେବ । କିନ୍ତୁ ଲକ୍ଷରେ ରଖିବେ ହାଲୁଆ ନ ଲାଗିବା ପାଇଁ ବାରମ୍ବାର ଘାଣ୍ଟୁଥିବେ । ଧୀରେ ଧୀରେ ଲକ୍ଷ କରିପାରିବେ ଏହି ମିଶ୍ରଣଟି ମୋଟାଲିଆ ହୋଇଆସିବ । ଅଧିକ ମଇସଚ୍ୟୁର ଉଭେଇ ଯିବ । ଆଉ ମିଶ୍ରଣଟି ପାତ୍ରରୁ ଛାଡି ଛାଡି ଆସିବ । ନିଜ ପସନ୍ଦ ଅନୁସାରେ ଆପଣ ଚୁଲାରେ ବସେଇ ପାରିବେ । ହୋଇଆସିଲେ ସେହି ମିଶ୍ରଣକୁ ଏକ ପାତ୍ରକୁ କାଢି ନିଅନ୍ତୁ ।ଏହାକୁ ଏକ ପାତ୍ରରେ ଖେଳେଇ ରଖି ଦିଅନ୍ତୁ । ହଁ ପକେଇବା ପୂର୍ବରୁ ଟିକିଏ ଘିଅ କିମ୍ବା ବଟର ଲଗାଇଦେବେ । ଭଲରେ ଶୁଖିଗଲା ପରେ ନିଜ ପସନ୍ଦ ମୁତାବକ କାଟି ନେବେ ।
