ନୂଆଦିଲ୍ଲୀ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାର ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନୋବେଲ୍ । ଏକଛତ୍ରବାଦରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ମାରିଆଙ୍କୁ ନୋବେଲ୍ । ସେପଟେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ଲାଗିଛି ଶକ୍ତ ଝଟ୍କା । ଟ୍ରମ୍ପଙ୍କୁ ମିଳିଲାନି ନୋବେଲ ।
ସୂଚନାନୁଯାୟୀ, ଏକଛତ୍ରବାଦରେ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭେନୁଜୁଏଲାର ମାରିଆଙ୍କ ବିଶେଷ ଅନୁଦାନ ରହିଛି । ତାଙ୍କ ସଂଘର୍ଷ ନୋବେଲ କମିଟିକୁ ବିଶେଷ ଭାବରେ ଆକର୍ଷିତ କରିଥିଲା । ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ରକ୍ଷା କରିବା ଏବଂ ଏକଛତ୍ରବାଦରୁ ଗଣତନ୍ତ୍ରକୁ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ରୂପାନ୍ତରଣ ହାସଲ କରିବା ପାଇଁ ତାଙ୍କ ନେତୃତ୍ୱ ପାଇଁ ମାରିଆ କୋରିନା ମାଚାଡୋଙ୍କୁ ନୋବେଲ କମିଟି ନିଷ୍ପତ୍ତି ନେଇଛି । ମାଚାଡେ ଭେନୁଜୁଏଲାର ବିରୋଧୀ ଦଳ ନେତା । ଅତୀତରେ ଲାଟିନ୍ ଆମେରିକାରେ ନାଗରିକଙ୍କ ସାହସର ସର୍ବଶ୍ରେଷ୍ଠ ଉଦାହରଣ ସାଜିଥିଲେ ମାରିଆ କୋରିନା । ମାରିଆ କୋରନା ନ୍ୟାୟିକ ସ୍ୱାଧୀନତା, ମାନବିକ ଅଧିକାର ଏବଂ ଲୋକପ୍ରିୟ ପ୍ରତିନିଧିତ୍ୱ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ସେ ଭେନେଜୁଏଲାର ଲୋକଙ୍କ ସ୍ୱାଧୀନତା ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରିଛନ୍ତି ।
