ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌

ବ୍ରହ୍ମପୁର: ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ । ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । MKCG କଲେଜ କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା । ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । ନିଷ୍ପତ୍ତି ବିରୋଧରେ ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀଙ୍କ ଧାରଣା । ବ୍ରହ୍ମପୁର MKCG ମେଡିକାଲ କଲେଜରେ ଚାଲିଥିବା…

ବ୍ରହ୍ମପୁର: ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ । ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । MKCG କଲେଜ କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା । ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ । ନିଷ୍ପତ୍ତି ବିରୋଧରେ ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀଙ୍କ ଧାରଣା ।

ବ୍ରହ୍ମପୁର MKCG ମେଡିକାଲ କଲେଜରେ ଚାଲିଥିବା ଇଣ୍ଟର ମେଡିକାଲ କଲେଜ ମିଟରେ ପଥରମାଡ଼। କଟକ ଏସସିବି ଓ ବୁର୍ଲା ଭିମସାର୍ ଛାତ୍ରଙ୍କ ସହିତ MKCG ଛାତ୍ରଙ୍କର ଭୟଙ୍କର ଗଣ୍ଡଗୋଳ ହୋଇଛି। ଏଥିରେ କିଛି ଛାତ୍ର ଆହତ ହୋଇଛନ୍ତି। ଘଟଣାକୁ ସ୍ବୀକାର କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ଦେଖି ଅଧାରୁ ଇଣ୍ଟର ମେଡିକାଲ୍ ମିଟକୁ ବନ୍ଦ କରିଛନ୍ତି MKCG ଡିନ୍ । ସେପଟେ କିନ୍ତୁ ନିଷ୍ପତ୍ତିକୁ ବିରୋଧ କରି ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। 

ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଇଣ୍ଟର ମେଡିକାଲ କଲେଜ ମିଟ୍ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଏସସିବି, ବୁର୍ଲା ସମେତ ୧୮ଟି ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

Leave a Reply

Your email address will not be published. Required fields are marked *