ପୁରୀ: ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍ । କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ୍ । ଆଗକୁ ୱାକିଟକି ବ୍ୟବସ୍ଥା ହେବ ବୋଲି କହିଲେ ସୁରକ୍ଷା ସବକମିଟି ମୁଖ୍ୟ । ବୈଠକ ପରେ ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସୂଚନା । ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ବୈଠକରେ ଆଲୋଚନା ହୋଇଛି । କେତେକ ଜିନିଷ ନିଜକୁ କରିବାକୁ ହେବ, ଆଉ କିଛି ସରକାର କରିବେ । କାହାକୁ ହଇରାଣ କରିବାକୁ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ । ଅନ୍ୟ ମନ୍ଦିରର ସୁରକ୍ଷା ଅନୁଧ୍ୟାନ କରି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ ।
ଶ୍ରୀମନ୍ଦିରର ସୁରକ୍ଷାକୁ ଆହୁରି କିଭଳି ସୁଦୃଢ କରାଯାଇପାରିବ ସେନେଇ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟିର ପ୍ରଥମ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ବିଶେଷ ପଦକ୍ଷେପ ନିଆଯାଇଛି । ବ୍ୟାପକ ସୁରକ୍ଷା ଯୋଜନା ଉପରେ ବୈଠକରେ ଅଧିକ ଆଲୋଚନା ହୋଇଛି । ଭିତ୍ତିଭୂମି, ଅତ୍ୟାଧୁନିକ ସରଞ୍ଜାମ, ମ୍ୟାନ ପାୱାର, ସିକ୍ୟୁରିଟି ଡ୍ରିଲ୍ ପ୍ରୋଟୋକଲକୁ ମଜଭୁତ କରି ବ୍ୟାପକ ସୁରକ୍ଷା ଯୋଜନା ପ୍ରସ୍ତୁତ ହୋଇଛି ।
