ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ: ଉଠିବ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବି ରହିବ । ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଛି। ଅବଶିଷ୍ଟ ୬…

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବି ରହିବ । ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଛି। ଅବଶିଷ୍ଟ ୬ ଦିନ ସରକାରୀ କାର୍ଯ୍ୟ ଦିବସ ରହିଛି। ଗତକାଲି ବୁଧବାର ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ଗୃହକାର୍ଯ୍ୟକୁ କିଭଳି ସୁରୁଖୁରୁରେ ପରିଚାଳିତ କରାଯିବ ସେଥିପାଇଁ ସହଯୋଗ ମଧ୍ୟ ଲୋଡିଥିଲେ। 

୭ଟି କାର୍ଯ୍ୟଦିବସରେ ଆସିବ ବିଲ ଓ ଉଠିବ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ନାରୀ ନିର୍ଯାତନା, ଚାଷୀ ଓ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ବିଜେଡିର ଅସ୍ତ୍ର । ଅନାସ୍ଥା ଆଣି ସରକାରଙ୍କୁ ଘେରିବ କଂଗ୍ରେସ । କାଉଣ୍ଟର ପାଇଁ ପ୍ରସ୍ତୁତ ହେବ ଶାସକ ଦଳ । ସ୍ବଳ୍ପକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ଫୁଲ ଦମରେ ବିରୋଧୀ ବିଜେଡି ।ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ କରି ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି । ସେପଟେ ଗୃହରେ କଂଗ୍ରେସ ରାଜ୍ୟବାସୀଙ୍କ କଥା ଉଠାଇବ । ଦଳ ଅଭିଯୋଗ କରିଛି ସରକାରଙ୍କ ନିୟନ୍ତ୍ରଣ ବାହାରେ ପ୍ରଶାସନ । ନାରୀ ନିର୍ଯାତନା, ଛାତ୍ରୀ ପୋଡ଼ି, ଚାଷୀ ସମସ୍ୟା , ସୀମା ଓ ଜଳ ସମସ୍ୟାର ଜବାବ ମାଗିବୁ । ଏନେଇ ଆସନ୍ତା ୧୭ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିଛି ।

Leave a Reply

Your email address will not be published. Required fields are marked *