କୋମାରେ ଅଭିଜିତ୍ ମଜୁମଦାର, ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି, ନିମୋନିଆରେ ପୀଡ଼ିତ

ଭୁବନେଶ୍ଵର: ବେଳକୁ ବେଳ ବିଗୁଡୁଛି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥା । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ଗତକାଲି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର…

ଭୁବନେଶ୍ଵର: ବେଳକୁ ବେଳ ବିଗୁଡୁଛି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥା । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ଗତକାଲି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର । ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସପ୍ତାହେ ହେବ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। ମାତ୍ର ସ୍ଵସ୍ଥ୍ୟରେ ଉନ୍ନତି ନହେବାରୁ ଗତକାଲି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଅଭିଜିତ ଏବେ ଗୁରୁତର ଅଛନ୍ତି । ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ବ୍ରେନ ଏବଂ ଲିଭରରେ ସମସ୍ୟା ରହିଛି । ପାନକ୍ରିଆଜରେ ସମସ୍ୟା ଦେଖା ଦେଇଛି । ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖା ଦେଇଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଏବେ ସେ କୋମାରେ ଅଛନ୍ତି ବୋଲୋ କହିଛନ୍ତି ଡାକ୍ତର । ଅଭିଜିତ୍ ମଜୁମଦାର ଓଲିଉଡର ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ । ଅନେକ ଓଡ଼ିଆ ସିନେମାର ସଫଳ ନିର୍ଦ୍ଦେଶନା ଦେଇ ସେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ବେଶ ପ୍ରଶଂସା ସାଉଁଟିଛନ୍ତି । ଗଣେଷ ପୂଜା ହେଉ କି ଦଶହରା ଏମିତି କୌଣସି ଜାନିଯାତ୍ରା ନାହିଁ ଯେଉଁଠି ଅଭିଜିତଙ୍କ ମେଲୋଡି ପାର୍ଟି ଯାଇନାହିଁ । ମେଲୋଡି ଜଗତର ବାଦଶାହା ଅଭିଜିତ କହିଲେ ଅତ୍ୟୁକ୍ତି ହେବ ନାହିଁ ।  ୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି ।

୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା । ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି । କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ସେ ଏମ୍.ବି.ସି. ଟିଭିରେ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।

Leave a Reply

Your email address will not be published. Required fields are marked *