SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ: SCO ସମ୍ମିଳନୀ ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । କହିଲେ ରକ୍ଷା, ଯୋଗାଯୋଗ ଓ ସୁଯୋଗ SCOର ୩ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ । ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ। ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ…

ନୂଆଦିଲ୍ଲୀ: SCO ସମ୍ମିଳନୀ ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । କହିଲେ ରକ୍ଷା, ଯୋଗାଯୋଗ ଓ ସୁଯୋଗ SCOର ୩ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ । ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ। ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ । କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ।

ମୋଦି କହିଛନ୍ତି, ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ । ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ । କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ । ଗତ ୪ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି । ଅନେକ ମାଆ ନିଜ ସନ୍ତାନ ହରାଇଛନ୍ତି, ଅନେକ ମଧ୍ୟ ଅନାଥ ହୋଇଛନ୍ତି । ନିକଟରେ ପହଲଗାମ ହମ୍‌ଲା ମାନବିକତା ଉପରେ ଆକ୍ରମଣ ଥିଲା । ଏଭଳି କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶଗୁଡ଼ିକୁ ଧନ୍ୟବାଦ ଜଣାଉଛି । ଭାରତ ଟେରର ଫଣ୍ଡିଂ ବିରୋଧରେ ବି ସ୍ବର ଉଠାଇଛି । ଆମେ ଆତଙ୍କବାଦର ପ୍ରତ୍ୟେକଟି ସ୍ବରୂପକୁ ବିରୋଧ କରୁଛୁ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍ । ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ । ଆତଙ୍କବାଦ ପ୍ରସଙ୍ଗରେ କୌଣସି ଡବଲ୍ ଷ୍ଟାଣ୍ଡାର୍ଡ ଚାଲିବନି ବୋଲି କହିଛନ୍ତି ମୋଦି ।

Leave a Reply

Your email address will not be published. Required fields are marked *