ଝୁମୁଛି ପଶ୍ଚିମ ଓଡିଶା: ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବ । ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି…

ସମ୍ବଲପୁର: ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବ । ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ବଲାଙ୍ଗିରରେ ମଧ୍ୟ ମା’ ସମଲେଶ୍ଵରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନୂଆ ଖାଇଛନ୍ତି । ନୂଆ ପୋଷାକ ପିନ୍ଧି ନୂଆଁଖାଇ ପାଳନ କରିଛନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶାର ଗାଁଠୁ ସହର ।

ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ଗାଁରୁ ସହର, ସବୁଠି ଚାଲିଛି ପ୍ରସ୍ତୁତି। ଗୁରୁବାର ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ଏହାପରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରଦ୍ବାର ଖୋଲି ଦିଆଯିବ ବୋଲି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ସୂଚନା ଦେଇଥିଲେ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର । ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି । ଏହିଦିନ ଚାଷୀମାନେ କ୍ଷେତ ପୂଜା, କୁମ୍ଭାରମାନେ କୁମ୍ଭାରଚକ ପୂଜା କରିବେ । ବିଭିନ୍ନ ବୃତ୍ତିର ଲୋକେ ନିଜ ପେସାଗତ ଉପକରଣ, ଯନ୍ତ୍ରପାତି, ଜୀବଜନ୍ତୁଙ୍କୁ ପୂଜା କରିବା ବିଧି ରହିଛି। ଚାକିରିଆମାନେ ଯିଏ ଯେଉଁଠି ଥାଆନ୍ତି ଘରକୁ ଆସନ୍ତି । ମା’ଙ୍କ ଦର୍ଶନ ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଥାଏ । ସନ୍ତାକାଲି ସନ୍ଧ୍ୟାରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ନୂଆଁଖାଇ ଭେଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବେଶ କିଛିଦିନ ଧରି ଏହି ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଚାଲିବ ।

Leave a Reply

Your email address will not be published. Required fields are marked *