Gen-Z ଆଗରେ ମୁଣ୍ଡ ନୁଆଁଇଲେ ସରକାର, ଉଠିଲା ସମସ୍ତ ବ୍ୟାନ ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଜେନେରେସନ-ଜେଡ୍ ଆନ୍ଦୋଳନକାରୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ନେପାଳ କେ.ପି. ଶର୍ମା ଓଲି ସରକାର । ଯେଉଁ ୨୬ଟି ସୋସିଆଲ ମିଡିଆ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଥିଲେ ତାହାକୁ ହଟାଇନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ସାରା ଦେଶରେ ହୋଇଥିବା ଆନ୍ଦୋଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ବିଶେଷ କରି ଆନ୍ଦୋଳନ ଯୋଗୁ କାଠମାଣ୍ଡୁ ଗଭୀର ପ୍ରଭାବିତ ହୋଇଥଇଲା । ସୋସିଆଲ ମିଡିଆ ଉପରେ…

ନୂଆଦିଲ୍ଲୀ: ଜେନେରେସନ-ଜେଡ୍ ଆନ୍ଦୋଳନକାରୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ନେପାଳ କେ.ପି. ଶର୍ମା ଓଲି ସରକାର । ଯେଉଁ ୨୬ଟି ସୋସିଆଲ ମିଡିଆ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଥିଲେ ତାହାକୁ ହଟାଇନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ସାରା ଦେଶରେ ହୋଇଥିବା ଆନ୍ଦୋଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ବିଶେଷ କରି ଆନ୍ଦୋଳନ ଯୋଗୁ କାଠମାଣ୍ଡୁ ଗଭୀର ପ୍ରଭାବିତ ହୋଇଥଇଲା । ସୋସିଆଲ ମିଡିଆ ଉପରେ ବ୍ୟାନ ଓ ଦୁର୍ନୀତି ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା। ଗତକାଲି ରାତିରେ ବସିଥିବା ଜରୁରୀ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପ୍ରତ୍ୟାହାର ହେଲା ବୋଲି କହିଛନ୍ତି ଯୋଗାଯୋଗ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ। ନେପାଳର ଯୋଗାଯୋଗ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ ଏହି ପ୍ରତିବନ୍ଧକ ହଟାଇବା ଘୋଷଣା କରିଛନ୍ତି। 

ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି ଯେ ଏବେ ନେପାଳରେ ସମସ୍ତ ସାମାଜିକ ନେଟୱାର୍କିଂ ସାଇଟ୍ ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ଏକ୍ସ (ଟ୍ୱିଟର) ଏବଂ ଅନ୍ୟାନ୍ୟ ୨୬ଟି ପ୍ଲାଟଫର୍ମ ସକ୍ରିୟ ହୋଇଗଲାଣି। ଏବେ GenZ ପ୍ରତିବାଦକାରୀମାନେ ମଧ୍ୟ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରି ନିଜ ଘରକୁ ଫେରିଯିବେ। ଗତକାଲି ଘଟିଥିବା ହିଂସା ଏବଂ ପ୍ରତିବାଦରେ ୨୦ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଛି । ନୈତିକତା କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଇଛି ।

ସୂଚନା ଅନୁସାରେ, ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ଗତକାଲି ନେପାଳରେ ଅରାଜକତା ଦେଖାଦେଇଥିଲା । Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ସହ ସଂସଦରେ ନିଆଁ ଲଗେଇ ଦେଇଥିଲେ । କେବଳ ସୋସିଆଲ ମିଡିଆରେ ବ୍ୟାନ୍‌ ଲାଗିବା ଯୋଗୁ ନୁହେଁ ବରଂ ସରକାରଙ୍କ ବିଫଳତାକୁ ନେଇ ଯୁବପିଢ଼ିଙ୍କ ବିଦ୍ରୋହ ଯୋଗୁ ଓଲି ସରକାର ବ୍ୟାକଫୁଟ୍‌କୁ ଚାଲିଯାଇଥିବା କୁହାଯାଉଛି । ଯେଉଁଥିପାଇଁ ଆନ୍ଦୋଳନ ବନ୍ଦ କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମାତ୍ର ୪ଘଣ୍ଟାର ଆନ୍ଦୋଳନରେ ମୁଣ୍ଡ ନୁଆଁଇ ଥିଲେ ସରକାର । ତେବେ ଏହି ସଂଘର୍ଷରେ ୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଗତକାଲି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *