ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

କାଠମାଣ୍ଡୁ: ଜଳୁଛି ନେପାଳ, ଥମୁନି ହିଂସାକାଣ୍ଡ । ଆହୁରି ଉଗ୍ର ହେଉଛି ସରକାର ବିରୋଧୀ ଆନ୍ଦୋଳନ । ବିକ୍ଷୋଭକାରୀମାନେ ନେପାଳ ସଂସଦରେ ନିଆଁ ଲଗାଇଦେଛନ୍ତି । ଏଥିସହ ନେପାଳ କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ)ଙ୍କ ଘର ମଧ୍ୟ ଜାଳିଦେଇଛନ୍ତି । ହିଂସାକାଣ୍ଡ ବେଳକୁ ବେଳ ବ୍ୟାପୁଥିବା ବେଳେ ଶେଷରେ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ପଦ ଛାଡିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଦୁର୍ନୀତି ଅଭିଯୋଗରେ…

କାଠମାଣ୍ଡୁ: ଜଳୁଛି ନେପାଳ, ଥମୁନି ହିଂସାକାଣ୍ଡ । ଆହୁରି ଉଗ୍ର ହେଉଛି ସରକାର ବିରୋଧୀ ଆନ୍ଦୋଳନ । ବିକ୍ଷୋଭକାରୀମାନେ ନେପାଳ ସଂସଦରେ ନିଆଁ ଲଗାଇଦେଛନ୍ତି । ଏଥିସହ ନେପାଳ କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ)ଙ୍କ ଘର ମଧ୍ୟ ଜାଳିଦେଇଛନ୍ତି । ହିଂସାକାଣ୍ଡ ବେଳକୁ ବେଳ ବ୍ୟାପୁଥିବା ବେଳେ ଶେଷରେ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ପଦ ଛାଡିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଦୁର୍ନୀତି ଅଭିଯୋଗରେ ନେପାଳ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ତାଙ୍କ ବାସଭବନରେ ଖୁସି ମନାଉଛନ୍ତି ବିକ୍ଷୋଭକାରୀ ।

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ମନ୍ତ୍ରିମଣ୍ଡଳରେ ଗୃହ, କୃଷି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ୯ ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ବର୍ଷ ବର୍ଷ ପରେ ହୋଇଥିବା ସବୁଠାରୁ ଭୟଙ୍କର ବିଦ୍ରୋହରେ ଅତିକମରେ ୨୦ ଜଣଙ୍କର ମୃତ୍ୟୁ ହେବା ଏବଂ ଦେଶବ୍ୟାପୀ ପ୍ରତିବାଦ ପୁଣି ଥରେ ଆରମ୍ଭ ହେବା ପରେ ବଢ଼ୁଥିବା ଚାପ ମଧ୍ୟରେ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ସହଯୋଗୀ ପ୍ରକାଶ ସିଲୱାଲ ଏହା ନିଶ୍ଚିତ କରିଛନ୍ତି।

ତେବେ ନେପାଳରେ ହିଂସା ଥମିବାର ନାଁ ନେଉନି । ରାଷ୍ଟ୍ରପତିଙ୍କ ଘରେ ବିଦ୍ରୋହି ନିଆଁ ଲଗାଇଦେବା ସହ କଂଗ୍ରେସ ମୁଖ୍ୟାଳୟରେ ପଶି ଭଙ୍ଗାରଜା କରିଛନ୍ତି । ଦେଶର ଗୃହମନ୍ତ୍ରୀ, କୃଷିମନ୍ତ୍ରୀ ଓ ସ୍ବାସ୍ଥ୍ୟ ଇସ୍ତଫା ଦେବା ପରେ ବି ଲୋକଙ୍କ ରାଗ ଥମୁନି । କାଠମାଣ୍ଡୁର ରାଜରାସ୍ତାରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ଯୁବକ । ସୁରକ୍ଷାକର୍ମୀଙ୍କ ଉପରକୁ ମଧ୍ୟ ଢେଲା ମାଡ଼ କରୁଥିବା ଦେଖିବାକୁ ମିଳିଛି । କାଠମାଣ୍ଡୁରେ ଭୟଙ୍କର ଗଣବିକ୍ଷୋଭ ଜାରି ରହିଛି । ବଡ଼ ଆନ୍ଦୋଳନ ଦେଖି ସେନା ମୁତୟନ ସହ କର୍ଫ୍ୟୁ ଜାରି କରିଯାଇଛି । ବିକ୍ଷୋଭ ବେଳେ କାଠମାଣ୍ଡୁରେ ଭଙ୍ଗାରୁଜା ସହ ପୋଡ଼ାଜଳା ହୋଇଛି ।

ସୋମବାର ଦିନ ସାରା ନେପାଳରେ ବିରୋଧ ହିଂସା ଚାଲିଥିଲା, କାଠମାଣ୍ଡୁ ରାଜରାସ୍ତାରେ ହଜାର ହଜାର ଯୁବଗୋଷ୍ଠୀ ବିରୋଧ ଓ ହିଂସା କରିଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ବଳ ପ୍ରୟୋଗ କରିଥିଲା ପୁଲିସ । ରକ୍ତପାତ ହେବାରୁ ଏଥିରେ ୨୦ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଚାପ ସୃଷ୍ଟି ହେବାରୁ ଜରୁରୀ ବୈଠକ ଡାକି ସୋସିଆଲ ମିଡ଼ିଆ ଉପରେ ବ୍ୟାନ୍‍ ହଟାଇଥିଲେ । ଏହାସତ୍ୱେ ବିକ୍ଷୋଭକାରୀମାନେ ସଂସଦକୁ ଘେରି ବିଦ୍ରୋହ ଜାରି ରଖିଛନ୍ତି । ଶେଷରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇ ଶେଷରେ ଦେଶ ଛାଡି ପଳାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *