ନେପାଳ ରାସ୍ତାରେ ଫ୍ରାନ୍ସ, ସାରା ଦେଶରେ ବିକ୍ଷୋଭ

ନୂଆଦିଲ୍ଲୀ: ନେପାଳ ହିଂସା ପରେ ଏବେ ଫ୍ରାନ୍ସ ବି ଜଳିବା ଆରମ୍ଭ କଲାଣି । ନେପାଳରେ ଯୁବଗୋଷ୍ଠୀଙ୍କ ବିରୋଧ ଓ ହିଂସା ସେଠିକାର ସରକାର ଭାଙ୍ଗିଦେଇଛି । ଦେଶକୁ ଧ୍ବଂସ ମୁହଁକୁ ଠେଲିଦେଇଛନ୍ତି ନେପାଳର ଯୁବପିଢୀ । ନେପାଳ ପରେ ଏବେ ଫ୍ରାନ୍ସରେ ଠିକ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଫ୍ରାନ୍ସରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ବିରୋଧରେ ତେଜିଛି ଆନ୍ଦୋଳନ। ନୂଆ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତିକୁ କେନ୍ଦ୍ର କରି ସାରା…

ନୂଆଦିଲ୍ଲୀ: ନେପାଳ ହିଂସା ପରେ ଏବେ ଫ୍ରାନ୍ସ ବି ଜଳିବା ଆରମ୍ଭ କଲାଣି । ନେପାଳରେ ଯୁବଗୋଷ୍ଠୀଙ୍କ ବିରୋଧ ଓ ହିଂସା ସେଠିକାର ସରକାର ଭାଙ୍ଗିଦେଇଛି । ଦେଶକୁ ଧ୍ବଂସ ମୁହଁକୁ ଠେଲିଦେଇଛନ୍ତି ନେପାଳର ଯୁବପିଢୀ । ନେପାଳ ପରେ ଏବେ ଫ୍ରାନ୍ସରେ ଠିକ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଫ୍ରାନ୍ସରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ବିରୋଧରେ ତେଜିଛି ଆନ୍ଦୋଳନ। ନୂଆ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତିକୁ କେନ୍ଦ୍ର କରି ସାରା ଦେଶରେ ହୋଇଛି ବିକ୍ଷୋଭ।

ଘଟଣାରେ ପୋଡ଼ାଜଳା ହେବା ସହ ୨୦୦ ଲୋକଙ୍କୁ କରାଯାଇଛି ଗିରଫ। ଦେଶର ବିଭିନ୍ନ ସ୍ଥାନରେ ୮୦ ହଜାରରୁ ଅଧିକ ପୋଲିସଙ୍କୁ ମୁତୟନ କରାଯିବା ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି। ବିଭିନ୍ନ ସ୍ଥାନରେ ରେଳରୋକ ବି କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ଭାବେ ସେବାସ୍ତିନ ଲେକୋର୍ନୁଙ୍କୁ ମାକ୍ରନ ନିଯୁକ୍ତି ଦେବା ପରେ ସ୍ଥିତି ଭୟଙ୍କର ହୋଇଛି। ଏହି ଘଟଣାକୁ ନେଇ ଆନ୍ଦୋଳନ, ବିକ୍ଷୋଭ ଆଦି ଜାରି ରହିଛି। ବିଭିନ୍ନ ସ୍ଥାନରେ ଲୁହବୁହା ଗ୍ୟାସ ପ୍ରୟୋଗ ହୋଇଛି। ଉତ୍ୟକ୍ତ ଜନତା ରାସ୍ତାଘାଟ ସବୁଠି ବିଦ୍ରୋହ କରିବା ସହ ସର୍ବସାଧାରଣ ସ୍ଥାନରେ ଭଙ୍ଗାରୁଜା କରିବା ରୋଡ୍ ଓ ରେଲୱେ ପ୍ଲାଟଫର୍ମ ବନ୍ଦ କରିଛନ୍ତି ।

ସୂଚନା ଅନୁସାରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ ଲେକୋର୍ନୁଙ୍କୁ ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ସେ ସଂସଦରେ ବିଶ୍ୱାସ ମତ ହରାଇ ଇସ୍ତଫା ଦେଇଥିବା ଫ୍ରାନ୍ସୋ ବାୟରୁଙ୍କ ସ୍ଥାନ ନେବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଲେକୋର୍ନୁ ଗୋଟିଏ ବର୍ଷ ମଧ୍ୟରେ ଫ୍ରାନ୍ସର ଚତୁର୍ଥ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୩୯ ବର୍ଷୀୟ ଲେକୋର୍ନୁ ଫ୍ରାନ୍ସର ଇତିହାସରେ ସବୁଠାରୁ ଯୁବ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।

Leave a Reply

Your email address will not be published. Required fields are marked *