ନୂଆପଡା ଉପନିର୍ବାଚନ, ସରିଲା ନାମାଙ୍କନ ଆଜି ହେବ ନାମାଙ୍କନ ଯାଞ୍ଚ

ନୂଆପଡା, ୨୨/୧୦: ନୂଆପଡା ରାଜନୀତି ଏବେ ସରଗରମ ହେଇଛି। ନାମାଙ୍କନ ପରେ ସବୁ ଦଳ ଙ୍କର ପ୍ରଚାର ଜେର ଧରିଛି। ନୂଆପଡା ଉପନିର୍ବାଚନ,ମୋଟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୮ ଜଣ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ୧୧ ଜଣ ସ୍ବାଧୀନରେ ନାମାଙ୍କନ ଦାଖଲ କରିଛନ୍ତି । ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା । ଶେଷଦିନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ…

ନୂଆପଡା, ୨୨/୧୦: ନୂଆପଡା ରାଜନୀତି ଏବେ ସରଗରମ ହେଇଛି। ନାମାଙ୍କନ ପରେ ସବୁ ଦଳ ଙ୍କର ପ୍ରଚାର ଜେର ଧରିଛି। ନୂଆପଡା ଉପନିର୍ବାଚନ,
ମୋଟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୮ ଜଣ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ୧୧ ଜଣ ସ୍ବାଧୀନରେ ନାମାଙ୍କନ ଦାଖଲ କରିଛନ୍ତି । ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା । ଶେଷଦିନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଥିଲେ । ଆଜି ନାମାଙ୍କନ ଯାଞ୍ଚ ହେବ। ନଭେମ୍ବର ୧୧ ରେ ମତଦାନ ହେବ । ନୂଆପଡା ବିଧାନସଭା ଉପ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ସମୁଦାୟ ୩୫ ଗୋଟି ନାମାଙ୍କନ ପତ୍ର ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟରୁ କ୍ରୟ ହୋଇଥିଲା । ମୋଟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ
ବିଜେପିରୁ ଜୟ ଢୋଲକିଆ
କଂଗ୍ରେସରୁ ଘାସିରାମ ମାଝୀ
ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ
ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି
ବହୁଜନ ସମାଜ ପାର୍ଟିରୁ ରାଜା ରାମ ସାହୁ
ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନା
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳରୁ ସୀତାରାମ ବେହେରା ପ୍ରମୁଖ ମଇଦାନ କୁ ଓଲ୍ହାଇଛନ୍ତି। ସେହିପରି ସ୍ବାଧୀନ ଭାବେ ଆଶ୍ରୟ ମହାନନ୍ଦ,ଇ.ଚକ୍ରାନ୍ତ ଜେନା,ପୁରୁଷୋତ୍ତମ ବେହେରା,କମଲ କୁମାର ଛତ୍ରିଆ,ଭୁବନଲାଲ ସାହୁ,ଲୋଚନ ମାଝୀ,ଭୁଜବଳ ଆଡ଼ବଙ୍ଗ,କିଶୋର କୁମାର ବାଗ,ଭକ୍ତ ବନ୍ଧୁ ଧରୁଆ,ନୀତା ବାଗ,ଲକ୍ଷ୍ମୀକାନ୍ତ ପ୍ରମୁଖ ନିର୍ବାଚନ ମଇଦାନ ରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *