ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଆଜି ପ୍ରକାଶିତ ହେବ ଭୋଟର ଚିଠା ତାଲିକା । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି । ଅକ୍ଟୋବର ୭ ତାରିଖରେ ସରିବ ଦାବି ଓ ଆପତ୍ତି ନିଷ୍ପତ୍ତି । ଅକ୍ଟୋବର ୯ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ।
ତେବେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଏସଆର) କାର୍ଯ୍ୟକାରୀ କରାଯିବ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ନିର୍ଦେଶନାବା ଜାରି ହୋଇଥିଲା । କହିରଖୁଛୁ ଯେ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉକ୍ତ ଆସନ ଖାଲିପଡ଼ିଛି। ସେଠାରେ ୬ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
