ଭୁବନେଶ୍ଵର: ପିଏମ୍ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର । KYC ଅପଡେଟ୍ ଅବଧି ଆଉ ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର । ସିଏମ୍ କିଷାନ ହିତାଧିକାରୀ ପିଏମ୍ କିଷାନ KYC ଅପଡେଟ୍ କରିପାରିବେ । ସିଏମ୍ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି । ସେହିପରି ପିଏମ୍ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି ।
ତେବେ ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀମାନଙ୍କୁ କେୱାଇସି ପାଇଁ ଦିଆଯାଇଥିବା ଅବଧିକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ୮ରୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେୱାଇସି ଅପଡେଟ କରି ସାମିଲ ହୋଇପାରିବେ । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର । ଅଧିକ ଚାଷୀଙ୍କୁ ଯୋଡିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ ।
ଚାଷୀମାନେ ସେମାନଙ୍କର କେୱାଇସି ବିବରଣୀ ଅପଡେଟ୍ କରିପାରିବେ ଏବଂ ବର୍ଦ୍ଧିତ ସମୟ ସୀମା ମଧ୍ୟରେ ନିଜକୁ ଯୋଜନାରେ ସାମିଲ କରିପାରିବେ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ ତମ କିସ୍ତି ଦୀପାବଳି ପୂର୍ବରୁ ତଥା ଅକ୍ଟୋବରରେ ଜାରି ହେବାର ସମ୍ଭାବନା ରହିଛି। ଏହି ଯୋଜନା ଅଧୀନରେ ସରକାର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୨,୦୦୦ ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ମୋଟ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି।
