ଖୁସି ଖବର: ରାସନ କାର୍ଡ ହିତାଧିକାରୀଙ୍କ ମୁଣ୍ଡ ପିଛା ବଢ଼ିପାରେ ଚାଉଳ

ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏଣିକି ମୁଣ୍ଡପିଛା ଆଉ ୫ କେଜି ନୁହେଁ ବରଂ ମିଳିବ ୧୦ କେଜି ଚାଉଳ । ଏନେଇ ଯୋଗାଣ ବିଭାଗ ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଖୁବଶୀଘ୍ର ଫାଇଲ୍ ପଠାଯିବ ଆଉ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏଣିକି ମୁଣ୍ଡପିଛା ଆଉ ୫ କେଜି ନୁହେଁ ବରଂ ମିଳିବ ୧୦ କେଜି ଚାଉଳ । ଏନେଇ ଯୋଗାଣ ବିଭାଗ ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଖୁବଶୀଘ୍ର ଫାଇଲ୍ ପଠାଯିବ ଆଉ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ମାହାଙ୍ଗାରେ ଏକ କାର୍ଯ୍ୟକ୍ରମରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କିଭଳି ହିତାଧିକାରୀଙ୍କୁ ୧୦ କେଜି ଲେଖାଏଁ ଚାଉଳ ଦିଆଯିବ, ତାହା ଉପରେ ସରକାର ବିଚାର କରୁଛନ୍ତି । ଏଭଳି ହେଲେ, ଆଗକୁ ୫ କିଲୋ ନୁହେଁ ପ୍ରତି ହିତାଧିକାରୀଙ୍କୁ ମାସକୁ ମିଳିପାରେ ୧୦ କେଜି ଲେଖାଏଁ ଚାଉଳ । ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ଜରିଆରେ ମୁଣ୍ଡ ପିଛା ଅଧିକ ୫ କେଜି ଲେଖାଏଁ ଚାଉଳ ଦେବା ପାଇଁ ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଏବେ ମୋଟ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୯ ଲକ୍ଷ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ବେଳେ ଅବଶିଷ୍ଟ ଜାତୀୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି । ଏହାସହ ମନ୍ତ୍ରୀ ଆଉ ଏକ ବଡ଼ ସୂଚନା ମଧ୍ୟ ଦେଇଛନ୍ତି । ଯଦି କୌଣସି ହିତାଧିକାରୀ ଇ-କେୱାଇସି କରି ନ ଥିବେ, ତେବେ ସେମାନଙ୍କ ପାଇଁ ଆସନ୍ତା ମାସରୁ ମାଗଣା ପିଡିଏସ୍ ଚାଉଳ ବନ୍ଦ କରିଦିଆଯିବ ଅର୍ଥାତ୍ ସେମାନେ ମାଗଣା ଚାଉଳ ଯୋଜନାରୁ ବଞ୍ଚିତ ହେବେ । ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇ-କେୱାଇସି କରି ନ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *