ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା

ଭୁବନେଶ୍ଵର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା । OMR ସିଟ୍‌ ଜରିଆରେ ହେବ ଲିଖିତ ପରୀକ୍ଷା । SI ରାଙ୍କ୍‌ର ସମସ୍ତ CPSE-୨୦୨୪ ପରୀକ୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୨୦ ପରଠୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । odishapolice.gov.inରୁ…

ଭୁବନେଶ୍ଵର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା । OMR ସିଟ୍‌ ଜରିଆରେ ହେବ ଲିଖିତ ପରୀକ୍ଷା । SI ରାଙ୍କ୍‌ର ସମସ୍ତ CPSE-୨୦୨୪ ପରୀକ୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୨୦ ପରଠୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । odishapolice.gov.inରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ ।

ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖରେ ଦୁଇଦିନ ଧରି ସବ-ଇନସପେକଟର ନିଯୁକ୍ତି ପରୀକ୍ଷା ବିଭିନ୍ନ ଜିଲ୍ଲାରେ କରାଯିବ । ଏ ନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଦୁଇ ଦିନ OMR ଆଧାରିତ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଦୁଇଥର ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ବାତିଲ ହୋଇଥିଲା । ଏହି ନିଯୁକ୍ତି ପରୀକ୍ଷା ପାଇଁ ପୂର୍ବରୁ ୨୦୨୫ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ଏହାର ଶୁଦ୍ଧିପତ୍ର ବିଜ୍ଞପ୍ତି ପୁଣି ଥରେ ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *