ଭୁବନେଶ୍ଵର: ଓଡିଶା ପୋଲିସ SI ଚାକିରି କେଳେଙ୍କାରୀ । ଗିରଫ ହେଲେ ଆଉ ୨ ଅଭିଯୁକ୍ତ । କିଛି ସମୟ ମଧ୍ୟରେ ୨ ଗିରଫ ଦଲାଲଙ୍କୁ କୋର୍ଟ ଚାଲାଣ କରାଯିବ । ସେଥିପାଇଁ ଡିଜିଟାଲ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ । ତେବେ SI କେଳେଙ୍କାରୀ ମାମଲାରେ ବଢିଲା ଗିରଫଦାରୀ ସଂଖ୍ୟା । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିବା ବେଳେ ଏବେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ମାମଲାରେ ପଞ୍ଚସଫ୍ଟ କଂପାନୀ ମାଲିକ ଶଙ୍କର ପୃଷ୍ଟି ମାଷ୍ଟର ମାଇଣ୍ଡ ଥିବା ନେଇ ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ।
ସେପଟେ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ରତ୍ନପ୍ରଭାଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ବ । କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ମିଳିଛି ତଦନ୍ତ ଦାୟିତ୍ବ। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ SP ଅନୀଲ ବେଉରିଆଙ୍କୁ ମଧ୍ୟ ମିଳିଛି ବଡ ଦାୟିତ୍ବ ।
