SI ପରୀକ୍ଷା କେଳେଙ୍କାରୀ: ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ

ଭୁବନେଶ୍ବର: SI ପରୀକ୍ଷା କେଳେଙ୍କାରୀ । ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ  । କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସେହିପରି ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ SP ଅନୀଲ ବେଉରିଆଙ୍କୁ ମଧ୍ୟ ମିଳିଲା ବଡ ଦାୟିତ୍ବ । ସେପଟେ SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ…

ଭୁବନେଶ୍ବର: SI ପରୀକ୍ଷା କେଳେଙ୍କାରୀ । ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ  । କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସେହିପରି ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ SP ଅନୀଲ ବେଉରିଆଙ୍କୁ ମଧ୍ୟ ମିଳିଲା ବଡ ଦାୟିତ୍ବ ।

ସେପଟେ SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ ସୁରେଶ ନାୟକ। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ନାୟକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି ଫେରାର୍‌ ହୋଇଯାଇଥିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଉଭୟଙ୍କର ମୋବାଇଲ ସୁଇଚ୍‌ ଅଫ୍‌ ଥିବା ସୂଚନା ମିଳିଛି। ସେହିପରି ଭୁବନେଶ୍ଵର DLF ଟାୱାର୍‌ ସ୍ଥିତ ପଞ୍ଚସଫ୍ଟ ଅଫିସ୍‌ ସିଲ୍‌ କରିଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ଚଳିତ ମାସର ୫ ଓ ୬ ତାରିଖରେ ଓଡ଼ିଶା ପୋଲିସ SIର ଲିଖିତ ପରୀକ୍ଷା ହୋଇଥାନ୍ତା । ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଏକାଠି ହୋଇ ଆନ୍ଧ୍ରପ୍ରଦେଶ ବିଜୟନଗରର ଏକ ଅଜ୍ଞାତ ସ୍ଥାନକୁ ତିନୋଟି ଏସି ବସ ଯୋଗେ ଯାଉଥିଲେ। ସେହି ସମୟରେ ବ୍ରହ୍ମପୁର ଏସପି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତିନି ବସକୁ ପିଛା କରି ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ଅଟକାଇଥିଲେ। ସେମାନଙ୍କୁ ଆମ୍ବପୁଆ ପୋଲିସ ରିଜର୍ଭକୁ ଆଣି ଅଟକ ରଖି ପଚରାଉଚରା କରିବା ବେଳେ ୮ ଜଣ ମହିଳା, ୧୦୬ ଜଣ ଯୁବକ ଓ ତିନି ଜଣ ଦଲାଲ ରହିଥିଲେ। ପ୍ରଥମେ ୧୦ ଲକ୍ଷ ଟଙ୍କା ସେମାନେ ଦେଇଥିଲେ। ଚାକିରି ପାଇବା ପରେ ୧୫ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିଲ୍‌ ହୋଇଥିବା ନେଇ ଜଣାପଡିଥିଲା ।

Leave a Reply

Your email address will not be published. Required fields are marked *