ଆସୁଛନ୍ତି ମହାମାୟା, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ବର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠରେ ମହା ଅଷ୍ଟମୀ, ମଣ୍ଡପରେ ସପ୍ତମୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯାଇଛି । ଆଜି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ଅଷ୍ଟମୀ…

ଭୁବନେଶ୍ବର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠରେ ମହା ଅଷ୍ଟମୀ, ମଣ୍ଡପରେ ସପ୍ତମୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯାଇଛି । ଆଜି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ ।

ପୀଠେ ଅଷ୍ଟମୀ ସହ ମଣ୍ଡପେ ଚାଲିଚି ଜଗତ ଜନନୀଙ୍କ ସପ୍ତମୀ ପୂଜା। ମଣ୍ଡପରେ ସକାଳୁ କଳସ ଯାତ୍ରା ପରେ ମାଙ୍କ ଚକ୍ଷୁ ଦାନ କରାଯାଇ ମୁଁହ ଅନାବରଣ ହୋଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ସପ୍ତମୀ ବିହୀତ ପୂଜା। ସେହିପରି ପୀଠରେ ହୋଇଛି ଅଷ୍ଟମୀ ପୂଜା । ଆଜି ଦିନରେ ମାଙ୍କ ରାଜରାଜେଶ୍ୱରୀ ବେଶ ହୋଇଥାଏ। ସବୁ ପ୍ରକାର ଫଳ, ମିଠା, ପିଠା ଓ ନାନାଦି ଭୋଗ ରାଗ ହୋଇଥାଏ । ମାଙ୍କ ଆଗମନ ହୋଇଥିବାରୁ ହୋମ, ଯଜ୍ଞ, ଚଣ୍ଡୀ ପାଠ, ବେଦ ଓ ମନ୍ତ୍ରରେ ପୁରା ଚତୁର୍ଦ୍ଦିଗ ଫାଟିପଡୁଛି।

ରାଜଧାନୀରେ ପୂଜା ଦେଖିବାକୁ ମଣ୍ଡପରେ ଲାଗିଛି ଗହଳି ଚହଳି । ତୋରଣ ଓ ସୁନ୍ଦର ସାଜସଜ୍ଜା ଦେଖିବାକୁ ଭିଡ଼ ଜମାଉଛନ୍ତି ଲୋକେ । ରସୁଲଗଡ଼ର ସୁଉଚ୍ଚ ସ୍ଵାମୀ ନାରାୟଣ ମନ୍ଦିର ତୋରଣ ହେଉ କି, ଷ୍ଟେସନ୍ ବଜାର କାମ୍ବୋଡିଆ ବୁଦ୍ଧ ମନ୍ଦିର କି ନୟାପଲ୍ଲୀର କାଳ୍ପନିକ ମହଲ ସବୁକିଛି ହୋଇଛି ଆଖି ଲାଖିଲା ଭଳି । ସୁନ୍ଦର ସାଜସଜ୍ଜାକୁ ଦେଖି ଲୋକେ ସେଲ୍‌ଫି ସହ ଫଟୋ ଉଠାଇବାକୁ ଭୁଲୁ ନାହାନ୍ତି । ଖାଇବା ପିଇବା ସାଙ୍ଗକୁ ଦଶହରାର ମଜା ନେଉଛନ୍ତି ଲୋକେ । ତେବେ ଆସନ୍ତାକାଲି ମଣ୍ଡପରେ ମହାଷ୍ଟମୀ ପୂଜା । ବ୍ରତଧାରୀମାନେ ମହାଷ୍ଟମୀରେ ସ୍ଵତନ୍ତ୍ର ଶାଢ଼ୀ ଲାଗି କରାଇବେ । ସେହିପରି ସନ୍ଧି ପୂଜା ହେବା ସହ କେତେକ ସ୍ଥାନରେ ପ୍ରସାଦ ସେବନର ବ୍ୟବସ୍ଥା ବି ହୋଇଛି ।

Leave a Reply

Your email address will not be published. Required fields are marked *