ଖୁବ୍ ଶୀଘ୍ର ନୂଆ ଭୁବନେଶ୍ୱର, ନିକୋ ପାର୍କର ହେବ ନବୀକରଣ

ଭୁବନେଶ୍ଵର: ନୂଆ ଭୁବନେଶ୍ବର ଘୋଷଣାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଗିଫ୍ଟ ସିଟି ଧୋଲେରା ଢାଞ୍ଚାରେ ହେବ ନୂଆ ଭୁବନେଶ୍ବର ସହର । ମଳିପଡ଼ା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ ନେଇ ହେବ ନୂଆ ସହର । ସିଙ୍ଗାପୁର ସରକାର ଏହାର ଡ୍ରଇଙ୍ଗ୍ ଓ ଡିଜାଇନ୍ ପ୍ରସ୍ତୁତ ଦାୟିତ୍ବ ନେଇଛନ୍ତି । ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ବ୍ୟବସାୟିକ ପ୍ରତିଷ୍ଠାନ ରହିବ । ନୂଆ…

ଭୁବନେଶ୍ଵର: ନୂଆ ଭୁବନେଶ୍ବର ଘୋଷଣାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଗିଫ୍ଟ ସିଟି ଧୋଲେରା ଢାଞ୍ଚାରେ ହେବ ନୂଆ ଭୁବନେଶ୍ବର ସହର । ମଳିପଡ଼ା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ ନେଇ ହେବ ନୂଆ ସହର । ସିଙ୍ଗାପୁର ସରକାର ଏହାର ଡ୍ରଇଙ୍ଗ୍ ଓ ଡିଜାଇନ୍ ପ୍ରସ୍ତୁତ ଦାୟିତ୍ବ ନେଇଛନ୍ତି । ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ବ୍ୟବସାୟିକ ପ୍ରତିଷ୍ଠାନ ରହିବ । ନୂଆ ସହରରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ତେବେ ୮ ଶହ ଏକର ଜମିରେ ନୂଆ ଭୁବନେଶ୍ବର ଗଠନର ପରିକଳ୍ପନା । ଦୁଇ ମାସ ମଧ୍ୟରେ ଡିପିଆର ରାଜ୍ୟ ସରକାରଙ୍କୁ ଉପସ୍ଥାପିତ କରାଯିବ । ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଲୋକଙ୍କ ପାଇଁ ବାସଗୃହ, ଶିଳ୍ପ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଭବିଷ୍ୟତକୁ ଆଖି ଆଗରେ ରଖି, BDA ଏହାର ପରିସରକୁ ବିସ୍ତାର କରୁଛି ଏବଂ ନୂତନ ସହର ପାଇଁ ପ୍ରସ୍ତୁତି କରୁଛି । କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ପାଇଁ BMCର ଯୋଜନା ରହିଛି । TP ଯୋଜନାରେ, BDA ସାଧାରଣ ଉପଯୋଗୀତା, ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ପାଇଁ ଲୋକଙ୍କୁ ସର୍ବାଧିକ ସ୍ଥାନ ଯୋଗାଇବା ପାଇଁ ବ୍ୟବସ୍ଥା କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ ନିକୋ ପାର୍କ । ୨୫୦ରୁ ୩୦୦ କୋଟି ଟଙ୍କା ବ୍ୟୟରେ ନିକୋ ପାର୍କର ନବୀକରଣ ସହିତ ସୌନ୍ଦର୍ଯ୍ୟୀକରଣ କରାଯିବ। ଇସ୍କନ୍‌ ସମ୍ମୁଖରେ ଜଳ ସମସ୍ୟାର ସମାଧାନ ପାଇଁ ୧୫୦ କୋଟି ବ୍ୟୟରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଲାଗି ଡିପିଆର୍‌ ପ୍ରସ୍ତୁତି ସରିଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ଏହି ନାଳପାଣିର ନିଷ୍କାସନ ଲାଗି ବାଣୀବିହାର ନାଳ ସହିତ ସଂଯୋଗ କରାଯିବ। ଅନୁରୂପ ଭାବେ ଦୟା ଓ ଗଙ୍ଗୁଆ ୱେଷ୍ଟକେନାଲ ସମସ୍ୟା ଦୂର ଲାଗି ଡିପିଆର୍‌ ପ୍ରସ୍ତୁତ କରିବା ଲାଗି ଏକ ବୈଷୟିକ ଟିମ୍‌ ଗଠନ କରାଯାଇଛି। 

Leave a Reply

Your email address will not be published. Required fields are marked *