ଭୋପାଲ: କଫ୍ ସିରପକୁ ନେଇ ସାରା ଦେଶରେ ଚହଳ ପଡିଥିବା ବେଳେ ମଧ୍ୟପ୍ରଦେଶ ପୋଲିସ ନେଇଛି ବଡ ଆକ୍ସନ । କଫ୍ ସିରପ୍ ନିର୍ମାତା କଂପାନୀ ‘ଶ୍ରୀସନ୍ ମେଡିକାଲ୍ସ’ର ମାଲିକକୁ ଗିରଫ କରିଛି ପୋଲିସ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ପୋଲିସ । ରଙ୍ଗନାଥନଙ୍କୁ ହେପାଜତକୁ ନେଇ ପୋଲିସର ପଚରାଉଚରା ଜାରି ।
ସୂଚନା ଅନୁସାରେ, କଫ୍ ସିରପ୍ ପିଇ ମଧ୍ୟପ୍ରଦେଶରେ ୨୧ ଶିଶୁଙ୍କ ମୃତ୍ୟୁ ହୋଇଛି । କେରଳ ଏବଂ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟ ମଧ୍ୟ ଏହାକୁ ନିଷେଧ କରିଛନ୍ତି। ତାମିଲନାଡୁ ସରକାର ଅକ୍ଟୋବର ୧ ତାରିଖରୁ ‘କୋଲଡ୍ରିଫ୍’ କଫ ସିରପ ବିକ୍ରୟ ଉପରେ ରୋକ ଲଗାଇଥିଲେ ଏବଂ ବଜାରରୁ ଔଷଧର ଷ୍ଟକକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ମଧ୍ୟପ୍ରଦେଶ ପୋଲିସର ଏକ ସାତ ଜଣିଆ ଏସଆଇଟି ଚେନ୍ନାଇରେ କମ୍ପାନୀର ପଞ୍ଜିକୃତ କାର୍ଯ୍ୟାଳୟ ଏବଂ କାଞ୍ଚିପୁରମରେ ଏହାର କାରଖାନାରେ ତଦନ୍ତ କରିଥିଲା। ତାମିଲନାଡୁ ସରକାର ମଧ୍ୟ ପ୍ରଦେଶରେ ଶିଶୁ ମୃତ୍ୟୁ ସହିତ ଜଡିତ ନିଷିଦ୍ଧ କଫ ସିରପ କୋଲଡ୍ରିଫ୍ ଉତ୍ପାଦନ କରୁଥିବା ଏକ କମ୍ପାନୀର ପ୍ଲାଣ୍ଟକୁ ସିଲ୍ କରିଥିଲେ ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇ କମ୍ପାନୀକୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।
