ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣା, ଗିରଫ ହେଲେ ଥାର୍ ମାଲିକ

ଭୁବନେଶ୍ୱର: ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣା । ପୁରୀରୁ ଗିରଫ ହେଲେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଥାର୍ ମାଲିକ । ଗତ ୯ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମାରେ ଘଟିଥିଲା ଦୁର୍ଘଟଣା । ସ୍କର୍ପିଓ ଓ ଥାର୍ ରେସିଂ ପାଇଁ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିଲା । ପାତ୍ରପଡ଼ା ପାଖରେ ରାସ୍ତାରୋକ କରିଥିଲେ ଫୁଲେଶ୍ୱରୀ ବସ୍ତି ଲୋକେ । ଜବତ ହୋଇଥିଲା ସ୍କର୍ପିଓ ଓ ଥାର୍; ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ…

ଭୁବନେଶ୍ୱର: ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣା । ପୁରୀରୁ ଗିରଫ ହେଲେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଥାର୍ ମାଲିକ । ଗତ ୯ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମାରେ ଘଟିଥିଲା ଦୁର୍ଘଟଣା । ସ୍କର୍ପିଓ ଓ ଥାର୍ ରେସିଂ ପାଇଁ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିଲା । ପାତ୍ରପଡ଼ା ପାଖରେ ରାସ୍ତାରୋକ କରିଥିଲେ ଫୁଲେଶ୍ୱରୀ ବସ୍ତି ଲୋକେ । ଜବତ ହୋଇଥିଲା ସ୍କର୍ପିଓ ଓ ଥାର୍; ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିଲେ ।

ସେପଟେ ଅଭିଯୁକ୍ତ ଥାର୍ ମାଲିକ ଧରାପଡିବା ପରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା । ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣାରେ ଅଭିଯୁକ୍ତକୁ ଥାନାରେ ପାଇ ତାତିଲେ ଲୋକେ । କିଲର ଥାର୍‌ ମାଲିକକୁ ଥାନାରେ ଦେଖି ତାତିଲେ ଫୁଲେଶ୍ବରୀ ବସ୍ତି ଲୋକେ । ଆମ ହାତରେ ଦେଇ ଦିଅ କହି ତାତିଲେ ଲୋକେ । ତେବେ ପ୍ରଭାବୀ ଲୋକ ବୋଲି ପୋଲିସର କୋହଳ ମନୋଭାବ ପୋଷଣ ନେଇ ଅଭିଯୋଗ କରିଛନ୍ତି ବସ୍ତି ଲୋକେ ।

ସୂଚନାଯୋଗ୍ୟ, ୯ ଅଗଷ୍ଟ ରାକ୍ଷୀ ପୁର୍ଣ୍ଣିମା ରାତିରେ ପାତ୍ରପଡା ଛକରେ ଘଟିଥିଲା ଛାଟିଥରା ଦୁର୍ଘଟଣା । ସ୍କର୍ପିଓ ଓ ଥାର୍ ଗାଡି ରେସିଂ କରୁଥିବା ବେଳେ ବଳି ପଡ଼ିଯାଇଥିଲେ ୩ଜଣ। ମୃତକମାନେ ଥିଲେ ମା’ ରେବତୀ ରାଉଳ ଓ ୮ ବର୍ଷୀୟ ଝିଅ ରେଶମା ରାଉଳ। ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ରେଶମାଙ୍କ ମୃତ୍ୟୁ ହୋଇଥିବା ବେଳେ ରେବତୀ ଓ ତାଙ୍କ ପୁଅକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାର ସପ୍ତାହ ପରେ ରେବତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରବଳ ତୁମ୍ବିତୋଫାନ ହୋଇଥିଲା । ରାସ୍ତାରୋକ କରିଥିଲେ ପାତ୍ରପଡା ଓ ଫୁଲେଶ୍ୱରୀ ବସ୍ତି ଲୋକେ। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଓ ଥାରକୁ ପୂର୍ବରୁ ଜବତ କରାଯାଇ ଅନ୍ୟ ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ଏପରିକି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ସସପେଣ୍ଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *