ଝାରସୁଗୁଡ଼ାବାସୀଙ୍କୁ ମୋଦିଙ୍କ ସମ୍ବୋଧନ, କହିଲେ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ସର୍ବପ୍ରଥମେ ମୋଦି ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ । ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଲେ । ଫଳରେ ଆଜି…

ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ସର୍ବପ୍ରଥମେ ମୋଦି ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ । ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଲେ । ଫଳରେ ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ଆଜିଠୁ ସାରା ଦେଶରେ IIT ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ । ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ପପ୍ରେସ ଶୁଭାରମ୍ଭ ହୋଇଛି । ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି । ପଶ୍ଚିମବଙ୍ଗ ପରେ ଗୁଜରାଟରେ ସର୍ବାଧିକ ଓଡ଼ିଆ ରହନ୍ତି । ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଜି ଓଡ଼ିଶାରେ ୫୦ ହଜାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି । ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୂରା ସହମତ । ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ । ଓଡ଼ିଶାରେ ଆଗାମୀ ଦିନରେ ୨ ସେମିକଣ୍ଡକ୍ଟର ୟୁନିଟ୍‌ ହେବାକୁ ଯାଉଛି । ଏହି ସେମିକଣ୍ଡକ୍ଟରରୁ ବାହରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ । ଏହି ଛୋଟିଆ ଚିପ୍ସ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ । ଚିପ୍ସ ଠାରୁ ଆରମ୍ଭ କରି ସିପ୍‌ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ । ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ । ସ୍ବଦେଶୀ ଜ୍ଞାନକୌଶଳରେ ସିପ୍‌ ନିର୍ମାଣ ପାଇଁ ୧୭ ହଜାର କୋଟି ମଞ୍ଜୁର । ଏଥିରୁ ସବୁଠୁ ବେଶୀ ଫାଇଦା ଯୁବପିଢ଼ି ପାଇବେ ବୋଲି କହିଛନ୍ତି ମୋଦି ।

ମୋଦି ଆହୁରି କହିଛନ୍ତି, ଓଡ଼ିଶାର ଯୁବପିଢ଼ି ଏଥିରୁ ରୋଜଗାର ପାଇପାରିବେ । ଟେଲିକମ୍‌ ଟେକ୍ନୋଲୋଜି ପାଇଁ ଯାହା ଦାରକାର ତାହା ବିକଶିତ । ଆଗାମୀ ଦିନରେ BSNL ନୂଆ ଇତିହାସ ରଚିବାକୁ ଯାଉଛି । BSNL ଦ୍ବାରା ସ୍ବଦେଶୀ 4G ନେଟୱର୍କ ସାମିଲ ହେଲା । ଏହାଦ୍ବାରା ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସମ୍ଭବ ହୋଇଯାଇଛି । ଏହି ସେବା ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ବି ପାଇବେ । ଆଗାମୀ ଦିନରେ BSNL ସହ 5G ଯୋଡ଼ି ହେବାକୁ ଯାଉଛି । ତେବେ ଅଭିଭାଷଣରେ କଂଗ୍ରେସକୁ ନିଶାନା କରିଛନ୍ତି ମୋଦି । ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍‌ କରୁଥିଲା । ଆମ ସରକାର ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି । କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା । ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ । କୃଷକଙ୍କ ହିତ ପାଇଁ ଟ୍ରାକ୍ଟର ଦାମ୍‌ ୪୦ ହଜାର କମ୍‌ କରାଯାଇଛି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ସରକାର ଟିକସ୍‌ କମ୍‌ କରିଛନ୍ତି ।

ତେବେ କାର୍ଯ୍ୟକ୍ରମରେ ଯୋଗ ଦେଇ ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି ମୋଦି । ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ । ଓଡ଼ିଶା ପାଇଁ ମୋଟ୍‌ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି । ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍‌ ଫ୍ଲାଇ ଓଭର, କୋରାପୁଟ-ବାଇଗୁଡ଼ା ରେଲୱେ ଦେହରୀକରଣ ପାଇଁ ୪୮୧ କୋଟି, ବ୍ରହ୍ମପୁର- ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି ମୋଦି । ଏଥିସହ ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ WI-FI ସୁବିଧା ପାଇଁ ୯୦ କୋଟି ବ୍ୟୟବରାଦ କରାଯାଇଛି । ଏଥିରେ ଉପକୃତ ହେବେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ । ସେହିପରି ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ ରହିଛି । ୮ଟି IITର ଭିତ୍ତିଭୂମି ସମ୍ପ୍ରସାରଣ ଓ ୧୨ ହଜାର ସିଟ୍‌ ବୃଦ୍ଧି ଘୋଷଣା । BSNL ଦ୍ବାରା ସ୍ବଦେଶୀ 4G (5G ପ୍ରସ୍ତୁତ) ନେଟୱର୍କ ସାମିଲ ହେଲା । ବୁର୍ଲା ଭୀମସାର ଓ ବ୍ରହ୍ମପୁର MKCGକୁ ସୁପର ସ୍ପେଶାଲିଷ୍ଟ କରିବା ଯୋଜନା କରାଯାଇଛି । ତେବେ କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ VCରେ ସାମିଲ ହୋଇଥିଲେ । VCରେ ସାମିଲ ହେଲେ ଆନ୍ଧ୍ର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର, ଆସାମ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ VCରେ ସାମିଲ । ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ VCରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *