ନୂଆଦିଲ୍ଲୀ: ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଣିପୁର ମୁଖ୍ୟ ସଚିବ ପୁନିତ କୁମାର ଗୋୟଲ ଏକ ସାମ୍ବାଦିକ ସମ୍ମିଳନୀ ଏନେଇ ଗତକାଲି ନିଶ୍ଚିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ମଣିପୁର ଗସ୍ତ ଶାନ୍ତି, ବିକାଶର ପଥ ପ୍ରଶସ୍ତ କରିବ। ପ୍ରଧାନମନ୍ତ୍ରୀ ଆଜି ଦିନ ୧୨:୧୫ରେ ମିଜୋରାମର ରାଜଧାନୀ ଆଇଜଲରୁ ମଣିପୁରର ଚୁଡାଚାନ୍ଦପୁରରେ ପହଞ୍ଚିବେ । ମିଜୋରାମର ପ୍ରଥମ ରେଲୱେ ଲାଇନର ଉଦଘାଟନ ପରେ ମଣିପୁର ଯିବେ ପ୍ରଧାନମନ୍ତ୍ରୀ । ଚୁରାଚନ୍ଦପୁର ଓ ଇମ୍ଫାଲ ଗସ୍ତ କରି ହିଂସା ପୀଡ଼ିତଙ୍କ ପରିବାରକୁ ଭେଟିବେ ମୋଦି । ୮୫୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଦେବେ ପ୍ରଧାନମନ୍ତ୍ରୀ ।
୨୦୨୩ ମେ’ରୁ ମଣିପୁର ହିଂସାର କେନ୍ଦ୍ରସ୍ଥଳ ପାଲଟିଥିବା ରାଜଧାନୀ ଇମ୍ଫାଲରେ ମେଇତି ସମୁଦାୟର ଲୋକ ଅଧିକ ବସବାସ କରୁଥିବାବେଳେ ଦ୍ୱିତୀୟ ସର୍ବାଧିକ ହିଂସା ପ୍ରଭାବିତ ଅଞ୍ଚଳ ଚୂରାଚାନ୍ଦପୁର କୁକି ଅଧ୍ୟୁଷିତ। ପ୍ରଧାନମନ୍ତ୍ରୀ ଏହି ଦୁଇ ଅଞ୍ଚଳକୁ ଗସ୍ତ କରିବା ସହ ଚୂରାଚାନ୍ଦପୁର ପିସ୍ ଗ୍ରାଉଣ୍ଡରେ ରାଜ୍ୟ ପାଇଁ ୭,୩୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମକୁ ନେଇ ଅନେକ ଦିନରୁ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ମଣିପୁରକୁ ଶାନ୍ତି ଫେରାଇଆଣିବା ସହ ବିକାଶକୁ ତ୍ୱରାନ୍ବିତ କରିବା ବାଟ ଫିଟାଇଦେବ ।
