ଏଇ ମାସରେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ!, ଓଡ଼ିଶା ଆସିବେ ମୋଦି

ଭୁବନେଶ୍ଵର: ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏହି ମାସରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତୁ ପ୍ରଭାରୀ । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଯେତେବେଳେ ମୋଦି ଓଡିଶା ଗସ୍ତରେ ଆସନ୍ତି କିଛି ଦେଇକରି ଯାଇଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ…

ଭୁବନେଶ୍ଵର: ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏହି ମାସରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତୁ ପ୍ରଭାରୀ । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଯେତେବେଳେ ମୋଦି ଓଡିଶା ଗସ୍ତରେ ଆସନ୍ତି କିଛି ଦେଇକରି ଯାଇଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ ଯୁବ ବର୍ଗ, ଏହା ତାଙ୍କର ପ୍ରାଥମିକତା ରହିଛି ବୋଲି କହିଛନ୍ତି ଶ୍ରୀ ତୋମାର ।

ସେ ଆହୁରି କହିଛନ୍ତି, ରାଜ୍ୟ କମିଟି, ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ ଚର୍ଚ୍ଚା ହେଇଛି। ଯେତେବେଳେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ହୁଏ ସବୁ ବିଷୟ ସବୁ ଦିଗ ନେଇ ଆଲୋଚନା ହୁଏ। ଠିକ୍ ସମୟରେ ସବୁ ନିଷ୍ପତ୍ତି ନିଆଯିବ । ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ। ଏହାଛଡ଼ା ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ।

ତେବେ ଆସନ୍ତା ସେପ୍ଟେମ୍ବର 27 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ଗଞ୍ଜାମ ଜଲ୍ଲା ଛତ୍ରପୁର ଠାରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ । କାର୍ଯ୍ୟକ୍ରମର ଚୂଡାନ୍ତ ସୂଚୀ ନିର୍ଦ୍ଧାରିତ ହୋଇନାହିଁ । ବର୍ଷକ ମଧ୍ୟରେ ଷଷ୍ଠ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସୂଚନା ।

Leave a Reply

Your email address will not be published. Required fields are marked *