ଭୁବନେଶ୍ଵର: ବାତିଲ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ମୋଦିଙ୍କ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ତେବେ ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ହୋଇପାରେ ମୋଦିଙ୍କ କାର୍ଯ୍ୟକ୍ରମ । ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ୍ ସୂଚନା । ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୂଚନା ଅନୁସାରେ, ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଛକୁ ପଛ ଲଘୁଚାପ ଥିବାରୁ କାର୍ଯ୍ୟକ୍ରମ ବାତିଲ ନେଇ ସୂଚନା ମିଳୁଛି। କିନ୍ତୁ ଏନେଇ କୌଣସି ବିଜେପି କିମ୍ବା ସରକାରୀସ୍ତରରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ରଙ୍ଗେଇଲୁଣ୍ଡାରେ ଯେଉଁ ଟେଣ୍ଟ୍ ବନ୍ଧା ଯାଇଥିଲା, ତାକୁ ଖୋଲି ଦିଆଯାଉଛି । ଟେଣ୍ଟ୍ ଖୋଲିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଆସିଛି । ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାର ଅମୁଲିପାଲି ପଡ଼ିଆରେ ହୋଇପାରେ ମୋଦିଙ୍କ କାର୍ଯ୍ୟକ୍ରମ । ତେବେ ଏନେଇ କୌଣସି ବିଜେପି କିମ୍ବା ସରକାରୀସ୍ତରରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
