୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ: ସ୍ବଂୟ ସେବକରୁ ପ୍ରଧାନ ସେବକ, କୁଟନୀତିର କିଙ୍ଗ, ବିଦେଶ ନୀତିରେ ସେ ବେଷ୍ଟ। ଦେଶର ସବୁଠୁ ଲୋକପ୍ରୀୟ ନେତା…ନରେନ୍ଦ୍ର ଦାମୋଦର ଦାସ ମୋଦି, ଦେଶର ପ୍ରଧାନମନ୍ତ୍ରୀ ମୋଦି। ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ଲଗାଯିବ…

ନୂଆଦିଲ୍ଲୀ: ସ୍ବଂୟ ସେବକରୁ ପ୍ରଧାନ ସେବକ, କୁଟନୀତିର କିଙ୍ଗ, ବିଦେଶ ନୀତିରେ ସେ ବେଷ୍ଟ। ଦେଶର ସବୁଠୁ ଲୋକପ୍ରୀୟ ନେତା…ନରେନ୍ଦ୍ର ଦାମୋଦର ଦାସ ମୋଦି, ଦେଶର ପ୍ରଧାନମନ୍ତ୍ରୀ ମୋଦି। ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ଲଗାଯିବ ୭୫ ଲକ୍ଷ ଗଛ । ସେହିପରି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ରକ୍ତ ଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ କରିବ ବିଜେପି । ଏତେ ବୟସ ସତ୍ତ୍ୱେ ମୋଦୀ ଆଜି ବି ସୁସ୍ଥ ଓ ଫିଟ୍ ଅଛନ୍ତି । ନିଜର ବକ୍ତବ୍ୟ ଶୈଳୀ ପାଇଁ ବେଶ୍ ପରିଚିତ ମୋଦୀଙ୍କ ନିଜ ପସନ୍ଦର ଅନେକ ଜିନିଷ ରହିଛି । ସେଥିରୁ ମୋଦୀଙ୍କ ଖାଦ୍ୟ ଅନ୍ୟତମ । ତେବେ ଆସନ୍ତୁ ଜାଣିବା କଣ ଖାଇବାକୁ ପସନ୍ଦ କରନ୍ତି ମୋଦୀ…

ଦେଶର ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଷ୍ଟାଇଲ୍ ବ୍ୟତୀତ ସେ ଜଣେ ଖାଦ୍ୟପ୍ରେମୀ ମଧ୍ୟ । ନିଜ ଦମଦାର ଷ୍ଟାଇଲ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ଖାଦ୍ୟରେ ମଧ୍ୟ ରୁଚି ରଖନ୍ତି । ଅତି ସାଧାରଣ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ମୋଦୀ । ବିଶେଷ କରି ଭାରତୀୟ ଖାଦ୍ୟ ପ୍ରତି ରହିଛି ବେଶ୍ ରୁଚି । ମୋଦୀ ପ୍ରାୟତଃ ସରଳ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ପିଏମ ମୋଦି ତାଙ୍କ ସ୍ୱର୍ଗତ ମା’ଙ୍କ ହାତରନ୍ଧା ଖାଦ୍ୟ ଖାଇବାକୁ ବେଶ ଭଲପାଆନ୍ତି । ମା’ଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ଥାଳିରେ ତାୱା ରୁଟି, ଡାଲି, ଭଜା ଏବଂ ସାଲାଡ ଖାଇବାକୁ ଭଲପାଆନ୍ତି । ଫଳ ଭିତରେ ଆମ୍ବ ହେଉଛି ଏତି ପ୍ରିୟ । କିଛି ବର୍ଷ ପୂର୍ବେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଏକ ସାକ୍ଷାତକାରରେ ପିଏମ ମୋଦି ତାଙ୍କ ଜୀବନଶୈଳୀ ସହ ଜଡିତ ଅନେକ ଖୁଲାସା କରିଥିଲେ । ଏହି ସମୟରେ ସେ ତାଙ୍କର ପ୍ରିୟ ଫଳ ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯେ ସେ ଆମ୍ବକୁ ବହୁତ ପସନ୍ଦ କରନ୍ତି ଏବଂ ପିଲାଦିନେ ସେ କ୍ଷେତରେ ଥିବା ଗଛରୁ ଆମ୍ବ ତୋଳି ଖାଉଥିଲେ । ସେହିପରି ବିହାରର ଲୋକପ୍ରିୟ ଖାଦ୍ୟ ଲିଟି ଚୋକା ଖାଇବାକୁ ବି ପସନ୍ଦ କରନ୍ତି ମୋଦୀ । ଫେବୃଆରୀ 2020 ରେ ଦିଲ୍ଲୀରେ ଆୟୋଜିତ ହୁନର ହାଟରେ ସେ ଏହି ସୁସ୍ୱାଦୁ ଖାଦ୍ୟ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ମଧ୍ୟ ଦେଇଥିଲେ ।

ଏହା ବାଦ୍ ନିଜ ଡାଇଟରେ ସଜନା ଶାଗର ପରଠାକୁ ସାମିଲ କରନ୍ତି ମୋଦୀ । ପୋଷକ ତତ୍ତ୍ୱରେ ଭରପୁର ଗୁଜୁରାଟର ପ୍ରସିଦ୍ଧ ଖାଦ୍ୟ ଖଟା ଢୋକଲା ପ୍ରଧାନମନ୍ତ୍ରୀଙ୍କୁ ଖୁବ ପସନ୍ଦ । ଏହା ଇଟିଲି ପରି ମାତ୍ର ବେସନ, ଦହି, ସୋରିଷ ଆଦି ବ୍ୟବହାର ହୋଇଥାଏ । ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ବେସନ ଖାଣ୍ଡବୀ ମଧ୍ୟ ମୋଦୀଙ୍କ ପ୍ରିୟ ଖାଦ୍ୟ ମାନଙ୍କ ମଧ୍ୟରୁ ଗୋଟିଏ । ଏହାକୁ ବେସନ ଓ ଦହି ଓ ଅନ୍ୟାନ୍ୟ ଜିନିଷରେ ପ୍ରସ୍ତୁତ କରାଯାଏ । ଏହି ଖାଦ୍ୟ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାକୁ ଖାଇବାକୁ ଲୋକେ ବେଶ ପସନ୍ଦ କରିଥାଆନ୍ତି । ସେହିପରି କେସର-ବାଦାମ ଶ୍ରୀଖଣ୍ଡ ମୋଦୀଙ୍କୁ ଖୁବ ପସନ୍ଦ । ପିସ୍ତାବାଦାମ, ବାଦାମ, କେସର ଏହି ଖାଦ୍ୟର ସ୍ୱାଦକୁ ଆହୁରି ବଢାଇଦେଇଥାଏ । ସେହିପରି ପ୍ରଧାନମନ୍ତ୍ରୀଙ୍କର ପ୍ରିୟ ଖାଦ୍ୟ ମାନଙ୍କ ମଧ୍ୟରୁ ଭେଣ୍ଡି କଡ଼ି ଗୋଟିଏ । ବେସନ ଓ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟ ସ୍ୱାଦରେ ଖଟାଳିଆ । ଏହା ଗୁଜୁରାଟର ପ୍ରସିଦ୍ଧ ଖାଦ୍ୟ ମାନଙ୍କମଧ୍ୟରୁ ଗୋଟିଏ । ପିଏମ ମୋଦିଙ୍କୁ ଖିଚିଡି ଖାଇବାକୁ ବହୁତ ପସନ୍ଦ କରନ୍ତି । ସେ ପ୍ରାୟତଃ ଖିଚିଡି ପ୍ରତି ନିଜର ପ୍ରେମ ବ୍ୟକ୍ତ କରୁଥିବା ଦେଖାଯାଏ । ସେ ପ୍ରାୟତଃ ରାତିରେ ହାଲୁକା ଖାଦ୍ୟ ଖାଆନ୍ତି । ଗୁଜୁରାଟୀ ଖିଚିଡି ବ୍ୟତୀତ ସେ ପ୍ରାୟତଃ ରାତିରେ ରୁଟି, ଡାଲି ଏବଂ ବିନା ମସଲାରେ ତିଆରି ଭଜା ଖାଇବାକୁ ପସନ୍ଦ କରନ୍ତି ।


Leave a Reply

Your email address will not be published. Required fields are marked *