୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାରଙ୍କୁ ସମ୍ମାନିତ କରିଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ଆଧାରରେ ଆୱାର୍ଡ ଦିଆଯାଉଛି । ଶାହରୁଖ ଖାନ ଏବଂ ବ୍ରିକାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଫିଲ୍ମ ‘ଯବାନ’ ପାଇଁ ଶାହରୁଖ ଖାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଥିବା ବେଳେ…

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାରଙ୍କୁ ସମ୍ମାନିତ କରିଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ଆଧାରରେ ଆୱାର୍ଡ ଦିଆଯାଉଛି । ଶାହରୁଖ ଖାନ ଏବଂ ବ୍ରିକାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଫିଲ୍ମ ‘ଯବାନ’ ପାଇଁ ଶାହରୁଖ ଖାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଥିବା ବେଳେ ’12th ଫେଲ୍‌’ ଫିଲ୍ମ ପାଇଁ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଛି । ‘ମିସେସ୍‌ ଚାଟାର୍ଜୀ Vs ନରୱେ’ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି । ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ମିଳିଛି ।

ସେହିପରି ଶ୍ରେଷ୍ଠ କୋରିଓଗ୍ରାଫି ଫିଲ୍ମ  ରକି ଆଣ୍ଡ ରାନୀ କୀ ପ୍ରେମ କାହାନୀର (ଢିଣ୍ଡୋରା ଗୀତ)କୁ ମିଳିଛି । ସେହିପରି ଶ୍ରେଷ୍ଠ ଗାୟକ ପିବିଏମ ଏସ ରୋହିତ(ବେବି), ଶ୍ରେଷ୍ଠ ଗାୟିକା ଶିଳ୍ପା ରାଓ ( ଚଲେୟା) ପାଇଁ ମିଳିଛି । ଦ ସି ଆଣ୍ଡ ସେଭେନ ଭିଲେଜକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଯାହାର ପ୍ରଯୋଜନା ଡ. ଇତି ସାମନ୍ତ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ହିମାଂଶୁ ଖଟୁଆ । ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’ ଓ ‘ମୋ ବୋଉ, ମୋ ଗାଁ’ ନାଁ ବ୍ୟତୀତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର ପାଇଛନ୍ତି ।

  • ଶ୍ରେଷ୍ଠ ଅଭିନେତ୍ରୀ – ରାଣୀ ମୁଖାର୍ଜୀ (ମିସେଜ୍‌ ଚାଟାର୍ଜୀ ବନାମ ନରୱେ)
  • ଶ୍ରେଷ୍ଠ ଅଭିନେତା – ଶାହରୁଖ ଖାନ (ଜୱାନ) ଏବଂ ବିକ୍ରାନ୍ତ ମାସେ
  • ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର – ଦ ରେ ଅଫ ହୋପ୍‌
  • ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର -କଟହଲ୍‌
  • ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର – 12th ଫେଲ୍
  • ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ୍‌ ଗାୟକ – ପିଭିଏନ୍‌ଏସ୍‌ ରୋହିତ (ଶିଶୁ, ତେଲୁଗୁ)
  • ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍‌ ଗାୟକ – ଶିଳ୍ପା ରାଓ
  • ଶ୍ରେଷ୍ଠ କୋରିଓଗ୍ରାଫି – ରକି ଅର ରାନୀ କି ପ୍ରେମ କାହାନି
  • ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି କେରଳ ଷ୍ଟୋରି
  • ସ୍ପେଶାଲ୍ ମେନସନ୍ – ଆନିମଲ୍ (ରି-ରେକର୍ଡିଂ ମିକ୍ସର୍) ଏମ.ଆର. ରାଜକୃଷ୍ଣନ୍
  • ଶ୍ରେଷ୍ଠ ମେକଅପ୍ ଏବଂ କଷ୍ଟ୍ୟୁମ୍ ଡିଜାଇନର୍ – ସାମ୍ ବାହାଦୁର
  • ଶ୍ରେଷ୍ଠ ନିର୍ଦ୍ଦେଶକ – ଦି କେରଳ ଷ୍ଟୋରି (ସୁଦୀପ୍ତୋ ସେନ୍)
  • ଶ୍ରେଷ୍ଠ ଶବ୍ଦ ଡିଜାଇନ୍ – ଆନିମଲ୍ (ହିନ୍ଦୀ)
  • ଶ୍ରେଷ୍ଠ ତେଲୁଗୁ ଫିଲ୍ମ – ଭଗବନ୍ତ କେଶରୀ
  • ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ – ରକି ଔର ରାନୀ କି ପ୍ରେମ କାହାନି
  • ଶ୍ରେଷ୍ଠ ତାମିଲ୍ ଫିଚର୍ ଫିଲ୍ମ – ପାର୍କିଂ
  • ଶ୍ରେଷ୍ଠ ଫିଚର ଓଡିଆ ଫିଲ୍ମ – ପୁଷ୍କରା ଓ ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’
  • ଶ୍ରେଷ୍ଠ ନନ ଫିଚର ଓଡିଆ ଫିଲ୍ମ – ‘ମୋ ବୋଉ, ମୋ ଗାଁ’ 

Leave a Reply

Your email address will not be published. Required fields are marked *