ଆଜିଠାରୁ ୪ଦିନିଆ କେରଳ ଗ୍ରସ୍ତ ରେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୧/୧୦:ଆଜିଠାରୁ ୪ ଦିନଆ କେରଳ ଗ୍ରସ୍ତ ରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅକ୍ଟୋବର ୨୧ ରୁ ୨୪ ପର୍ଯ୍ୟନ୍ତ କେରଳ ରେ ସେ ବିଭିନ୍ନ କାଯ୍ୟକ୍ରମ ରେ ଯେଗଦେବେ। ଏହି ଗସ୍ତ ଧାର୍ମିକ, ସାଂସ୍କୃତିକ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମରେ ପରିପୂର୍ଣ୍ଣ ହେବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅକ୍ଟୋବର ୨୧ ସନ୍ଧ୍ୟାରେ କେରଳର ରାଜଧାନୀ ତିରୁବନନ୍ତପୁରମରେ ପହଞ୍ଚିବେ। ଏହା ପରେ ଅକ୍ଟୋବର ୨୨ ତାରିଖରେ ସେ ପ୍ରସିଦ୍ଧ ସବରୀମାଳା…

ନୂଆଦିଲ୍ଲୀ, ୨୧/୧୦:ଆଜିଠାରୁ ୪ ଦିନଆ କେରଳ ଗ୍ରସ୍ତ ରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅକ୍ଟୋବର ୨୧ ରୁ ୨୪ ପର୍ଯ୍ୟନ୍ତ କେରଳ ରେ ସେ ବିଭିନ୍ନ କାଯ୍ୟକ୍ରମ ରେ ଯେଗଦେବେ। ଏହି ଗସ୍ତ ଧାର୍ମିକ, ସାଂସ୍କୃତିକ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମରେ ପରିପୂର୍ଣ୍ଣ ହେବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅକ୍ଟୋବର ୨୧ ସନ୍ଧ୍ୟାରେ କେରଳର ରାଜଧାନୀ ତିରୁବନନ୍ତପୁରମରେ ପହଞ୍ଚିବେ। ଏହା ପରେ ଅକ୍ଟୋବର ୨୨ ତାରିଖରେ ସେ ପ୍ରସିଦ୍ଧ ସବରୀମାଳା ମନ୍ଦିରରେ ଦର୍ଶନ ଏବଂ ଆରତୀ କରିବେ। ଏହାପରେ ଅକ୍ଟୋବର ୨୩ ତାରିଖରେ ରାଷ୍ଟ୍ରପତି ମୁର୍ମୁ ତିରୁବନନ୍ତପୁରମର ରାଜଭବନରେ ଭାରତର ପୂର୍ବତନ ରାଷ୍ଟ୍ରପତି କେ.ଆର. ନାରାୟଣନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସେହି ଦିନ ରାଷ୍ଟ୍ରପତି ଭର୍କଲାର ଶିବଗିରି ମଠରେ ମହାସମାଧି ଶତବାର୍ଷିକୀ ପାଳନର ମଧ୍ୟ ଉଦଘାଟନ କରିବାର କାଯ୍ୟକ୍ରମ ରହିଛି। ଏହା ପରେ ରାଷ୍ଟ୍ରପତି ପାଲାଇର ସେଣ୍ଟ ଥମାସ କଲେଜର ପ୍ଲାଟିନମ୍ ଜୁବିଲି ସମାପନ ସମାରୋହରେ ଯେଗଦେବେ ଅକ୍ଟୋବର ୨୪ ତାରିଖରେ ରାଷ୍ଟ୍ରପତି ଏର୍ଣ୍ଣାକୁଲମସ୍ଥିତ ସେଣ୍ଟ ଟେରେସା କଲେଜର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ବେଲି ଜଣାପଡିଛି।
ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ରାଷ୍ଟ୍ରପତିଙ୍କ ସ୍ୱାଗତ ଏବଂ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ କରୁଛନ୍ତି।

Leave a Reply

Your email address will not be published. Required fields are marked *