କେରଳରେ ରାଷ୍ଟ୍ରପତି ଙ୍କ ବିମାନ ଅବତରଣ ସମୟରେ ତ୍ରୁଟି

କେରଳ, ୨୨/୧୦: ଚାରିଦିନିଆ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତରେ ଯାଇଥିବାସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆରତୀ ପାଇଁ ପଠାଣମଥିଟ୍ଟା ଯିବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ରାଷ୍ଟ୍ରପତିଙ୍କ ହେଲିକାପ୍ଟର ପଠାଣମଥିଟ୍ଟାର ପ୍ରମାଦମ୍‌ ଷ୍ଟାଡିୟମର ହେଲିପ୍ୟାଡରେ ଅବତରଣ କରିବା ବେଳେ ଅଘଟଣ ଘଟିଥିଲା । ଅବତରଣ…

କେରଳ, ୨୨/୧୦: ଚାରିଦିନିଆ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତରେ ଯାଇଥିବାସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆରତୀ ପାଇଁ ପଠାଣମଥିଟ୍ଟା ଯିବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ରାଷ୍ଟ୍ରପତିଙ୍କ ହେଲିକାପ୍ଟର ପଠାଣମଥିଟ୍ଟାର ପ୍ରମାଦମ୍‌ ଷ୍ଟାଡିୟମର ହେଲିପ୍ୟାଡରେ ଅବତରଣ କରିବା ବେଳେ ଅଘଟଣ ଘଟିଥିଲା । ଅବତରଣ ସମୟରେ ହେଲିପ୍ୟାଡର ଏକ ଅଂଶ ଖସିପଡିଥିଲା। କଂକ୍ରିଟ୍ ଭିତରୁ ଚପର୍‌କୁ ବାହାର କରିଥିଲେ ପୁଲିସ। ରାଷ୍ଟ୍ରପତି ଭାରତୀୟ ବାୟୁସେନାର ହେଲିକାପ୍ଟରରେ ଯାତ୍ରା କରୁଥିଲେ । ଏହି ଘଟଣା ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯିବ ।

Leave a Reply

Your email address will not be published. Required fields are marked *