ପଦାରେ ପଡିଲା ପୁଣି ପୋଲିସ ପାରିବା ପଣିଆ, ଥାନାରୁ କଏଦି ଚମ୍ପଟ

ଭୁବନେଶ୍ଵର: ପୁଣି କମିଶନରେଟ୍‌ ପୋଲିସର ଢ଼ିଲା ସୁରକ୍ଷା ପଦାରେ ପଡ଼ିଲା । କନେଷ୍ଟବଲ୍‌ଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଚମ୍ପଟ୍‌ । ଚନ୍ଦକା ଥାନାରେ ପୋଲିସକୁ ଚକ୍‌ମା ଦେଇ ପଳାଇଲା ଅଭିଯୁକ୍ତ । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାରେ ଘଟିଛି ଏହି ଘଟଣା । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା। ଆଇଫୋନ୍‌ ଚୋରି ଘଟଣାରେ ଗିରଫ ହୋଇଥିଲା । ସୂଚନା ଅନୁଯାୟୀ, ଗତମାସ ୨୮ ତାରିଖ…

ଭୁବନେଶ୍ଵର: ପୁଣି କମିଶନରେଟ୍‌ ପୋଲିସର ଢ଼ିଲା ସୁରକ୍ଷା ପଦାରେ ପଡ଼ିଲା । କନେଷ୍ଟବଲ୍‌ଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଚମ୍ପଟ୍‌ । ଚନ୍ଦକା ଥାନାରେ ପୋଲିସକୁ ଚକ୍‌ମା ଦେଇ ପଳାଇଲା ଅଭିଯୁକ୍ତ । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାରେ ଘଟିଛି ଏହି ଘଟଣା । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା। ଆଇଫୋନ୍‌ ଚୋରି ଘଟଣାରେ ଗିରଫ ହୋଇଥିଲା ।

ସୂଚନା ଅନୁଯାୟୀ, ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା। ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ ଚନ୍ଦକା ପୋଲିସ ଅଭିଯୁକ୍ତକୁ ଧରିଥିଲା । ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା କହି ବାହାନା କରି ବାଥରୁମ ଯାଇଥିଲା। ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ବାହାର ପଟ ଗେଟରେ ଦୌଡ଼ି ପଳାଇଥିଲା। ରାଜା ଖସିଯିବା ପରେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି।

Leave a Reply

Your email address will not be published. Required fields are marked *