ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ । ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏହି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସକ । ଏହି RED ZONE ଅବଧି ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଲାଗୁ ହୋଇଛି । ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ରହିଛି ଏହି ବୈଧତା । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିଲା ପ୍ରଶାସକ ।
ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ଯେ ।”ଓଡ଼ିଶା ପୋଲିସ ପରିବହନ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ମାଧ୍ୟମରେ DGCA କୁ ଆବେଦନ କରିଥିଲେ। ଅନୁରୋଧ ଉପରେ କାର୍ଯ୍ୟ କରି, DGCA ଅଞ୍ଚଳ ସର୍ଭେ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତ କରିଥିଲା। ସେମାନଙ୍କ ସୁପାରିଶ ପରେ, DGCA ସେପ୍ଟେମ୍ବର ୨୫ରେ ଏକ ବିଜ୍ଞପ୍ତି ଜାରି କରି ଶ୍ରୀମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ରେଡ୍ ଜୋନ୍ ଭାବରେ ଘୋଷଣା କରାଯାଇଛି”
ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ RED ZONE ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଗତକାଲି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅପରେଟ୍ କରୁଥିବା ଅପରେଟରକୁ ଧରିବାରେ ପୁରୀ ପୋଲିସ ସଫଳ ହୋଇଥିଲା। ତେଣୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଭାବେ ଘୋଷଣା ହେବାପରେ କେବଳ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଉଡୁଥିବା ଡ୍ରୋନ୍ କାବୁ ହୋଇପାରିବ ।
