ଭୁବନେଶ୍ଵର: ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ଏ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ରୋଡ ସୋ’, ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି । ଭୋଟ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ବୋଲି ପିସିସି ସଭାପତି କହିଛନ୍ତି ।
ଶେଷଥର ପାଇଁ ଗତ ଜୁଲାଇ ୧୧ ତାରିଖରେ ଓଡିଶା ଗସ୍ତରେ ଆସି ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେଇଥିଲେ । ଏହା ସହିତ କଂଗ୍ରେସ ଭବନରେ ବସିଥିଲା ବଡ଼ ବୈଠକ । ଏଥିରେ ଦଳର ନେତାଙ୍କୁ ଗୁରୁମନ୍ତ୍ର ଦିଆଯିବା ସହ କୃଷକ, ଦଳିତ, ନାରୀ ନିର୍ଯାତନା, ସାମାଜିକ ନ୍ୟାୟଠାରୁ ଆରମ୍ଭ କରି ରଥଯାତ୍ରା ଅଘଟଣ ପ୍ରସଙ୍ଗରେ ରାହୁଲ ଡବଲ ଇଂଜିନ ସରକାର ବିରୋଧରେ ରଣହୁଙ୍କାର ଦେଇଥିଲେ ।
