ରାହୁଲଙ୍କ ନାରାରେ ହଟିଲେ ନେପାଳ ସରକାର

ନୂଆଦିଲ୍ଲୀ: କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରାହୁଲଙ୍କ ନାରା । “ଭୋଟ ଚୋର, ଗଦ୍ଦୀ ଛୋଡ଼’ ନାରାର ନକଲ ହେଲା, “କେପି ଚୋର, ଗଦ୍ଦୀ ଛଡ୍‌!” । ଦେଶରେ ପୂରା ସରକାର ଭାଙ୍ଗି ପଡ଼ିଥିବା ବେଳେ ଏବେ ସେଠାରେ କିଛିଟା ,ସ୍ୱାଭାବିକ ସ୍ଥିତି ଦେଖା ଦେଇଛି । ବର୍ତ୍ତମାନ ନେପାଳୁ ସମ୍ଭାଳୁଛି ସେନା । ହେଲେ ଏହାରି ଭିତରେ ଅନ୍ଦୋଳନକାରୀଙ୍କ ନାରାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା…

ନୂଆଦିଲ୍ଲୀ: କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରାହୁଲଙ୍କ ନାରା । “ଭୋଟ ଚୋର, ଗଦ୍ଦୀ ଛୋଡ଼’ ନାରାର ନକଲ ହେଲା, “କେପି ଚୋର, ଗଦ୍ଦୀ ଛଡ୍‌!” । ଦେଶରେ ପୂରା ସରକାର ଭାଙ୍ଗି ପଡ଼ିଥିବା ବେଳେ ଏବେ ସେଠାରେ କିଛିଟା ,ସ୍ୱାଭାବିକ ସ୍ଥିତି ଦେଖା ଦେଇଛି । ବର୍ତ୍ତମାନ ନେପାଳୁ ସମ୍ଭାଳୁଛି ସେନା । ହେଲେ ଏହାରି ଭିତରେ ଅନ୍ଦୋଳନକାରୀଙ୍କ ନାରାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ସପ୍ତାହ ପୂର୍ବରୁ ନିର୍ବାଚନରେ ହେଉଥିବା ହେରଫେର ଉପରେ ରାହୁଲ ଏକ ନାରା ଦେଇଥିଲେ “ଭୋଟ ଚୋର, ଗଦ୍ଦୀ ଛଡ୍!” ଏବେ ରାହୁଲଙ୍କ ଏହି ନାରା ଏତେ ଭାଇରାଲ ହେଲା ଯେ ଏହାର ପ୍ରଭାବ ଭାରତର ପଡ଼ୋଶୀ ଦେଶ ନେପାଳରେ ବି ଦେଖିବାକୁ ମିଳିଲା । ଯାହାର ଅପଡେଟ୍‌ ସଂସ୍କରଣ ଥିଲା “କେପି ଚୋର, ଗଦ୍ଦୀ ଛଡ୍‌!” । କେପି ଓଲି ହେଉଛନ୍ତି ସେହି ବ୍ୟକ୍ତି, ଯିଏ କିଛି ଦିନ ପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ ଥିଲେ, କିନ୍ତୁ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ।

ନେପାଳରେ ସୋସିଆଲ ମିଡିଆକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ଯୁବପିଢ଼ି.. ଆନ୍ଦୋଳନକାରୀଙ୍କ ମୁତାବକ, ସେମାନେ ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିଲେ.. ତେବେ ଆନ୍ଦୋଳନକୁ ସମାପ୍ତ କରିବାକୁ ସରକାର ଯେଉଁ କଡ଼ା ଆଭିମୁଖ୍ୟ ଆପଣାଇଲେ, ତାହା ଆନ୍ଦୋଳନର ନିଆଁକୁ ତତାଇଦେଲା.. ସୁରକ୍ଷାକର୍ମୀଙ୍କ ଗୁଳିରେ ୨୦ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହେଲା, ୩୦୦ରୁ ଅଧିକ ଆହତ ହେଲେ.. ବାସ୍‌ ତାପରେ, ଏହି ଜେନ୍‌ ଜେଡ୍‌ ଆନ୍ଦୋଳନ ନେଲା ଭୟଙ୍କର ରୂପ । ଯିଏ ରାହୁଲଙ୍କ ନାରାକୁ ବାଲେନ୍ଦ୍ର ଶାହ ନାମକ ଏକ ବ୍ୟକ୍ତି ନକଲ କରି କେପି ସରାକଙ୍କୁ ହଟାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *