ଲାଲ୍ ହେଇଗଲା ଜହ୍ନ, ବିଶ୍ଵ ଦେଖିଲା ଚଳିତବର୍ଷର ଶେଷ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ

ଭୁବନେଶ୍ଵର: ବିଶ୍ଵ ଦେଖିଲା ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ । ସାଢେ ୩ ଘଣ୍ଟା ଧରି ଏହି ମହାଜାଗତିକ ଦୃଶ୍ୟ ଦେଖିଲା ଭାରତ ସମେତ ୫ଟି ଦେଶ । ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା ଏବଂ ରାତି ୧ଟା ୨୭ମିନିଟ୍ ୧୭ ସେକେଣ୍ଡରେ ହେଲା ସର୍ବମୋକ୍ଷ । ଏହି ବ୍ଲଡମୁନ ଭୁବନେଶ୍ବରରୁ ଆରମ୍ଭ କରି ସାରା ଦେଶରେ…

ଭୁବନେଶ୍ଵର: ବିଶ୍ଵ ଦେଖିଲା ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ । ସାଢେ ୩ ଘଣ୍ଟା ଧରି ଏହି ମହାଜାଗତିକ ଦୃଶ୍ୟ ଦେଖିଲା ଭାରତ ସମେତ ୫ଟି ଦେଶ । ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା ଏବଂ ରାତି ୧ଟା ୨୭ମିନିଟ୍ ୧୭ ସେକେଣ୍ଡରେ ହେଲା ସର୍ବମୋକ୍ଷ ।

ଏହି ବ୍ଲଡମୁନ ଭୁବନେଶ୍ବରରୁ ଆରମ୍ଭ କରି ସାରା ଦେଶରେ ଖାଲି ଆଖିରେ ଦୃଶ୍ୟମାନ ହୋଇଥିଲା । ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ ହୋଇଥିଲା ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ । ଆକାଶରେ ପ୍ରାୟ ୮୨ ମିନିଟ୍ ପାଇଁ ଏକ ଲାଲ୍ ରଙ୍ଗର ଚନ୍ଦ୍ର ଦେଖିବାକୁ ମିଳିଥିଲା । ଧୀରେ ଧୀରେ ଚନ୍ଦ୍ରର ରଙ୍ଗ ପରିବର୍ତ୍ତନ ହେଉଥିଲା ଏବଂ ଏହା ଗାଢ଼ ଲାଲ ରଙ୍ଗରେ ପରିଣତ ହୋଇଥିଲା ।

ଏହି ଚନ୍ଦ୍ରଗ୍ରହଣ ବିଭିନ୍ନ ମହାଦେଶର ପ୍ରାୟ ୭୦ ଲକ୍ଷ ଲୋକଙ୍କୁ ଦୃଶ୍ୟମାନ ହୋଇଥିଲା। ୟାଙ୍ଗନ୍, ସାଂଘାଇ, ଜୋହାନ୍ସବର୍ଗ, ଲାଗୋସ୍, କାଇରୋ, ବ୍ୟାଙ୍କକ୍, ଜାକର୍ତ୍ତା, ବର୍ଲିନ୍, ମସ୍କୋ, ସିଓଲ୍, ରୋମ୍, ଢାକା, କୋଲକାତା, ବୁଡାପେଷ୍ଟ, ମାନିଲା, ଆଥେନ୍ସ, ସିଙ୍ଗାପୁର, ମେଲବୋର୍ଣ୍ଣ, ବୁଖାରେଷ୍ଟ, ସିଡନୀ, ସୋଫିଆ, ଟୋକିଓ, ବେଜିଂ, ଆଙ୍କାରା, ବ୍ରୁସେଲ୍ସ, ଆମଷ୍ଟରଡାମ୍, ପ୍ୟାରିସ୍, ଲଣ୍ଡନ ଏବଂ ମାଡ୍ରିଡ୍ ରୁ ସର୍ବୋତ୍ତମ ଦୃଶ୍ୟ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *