ଭୁବନେଶ୍ଵର: e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେଓ୍ୱାଇସି କରିନାହାନ୍ତି । ଏବେ ଆଉ ସମୟ ନାହିଁ । ଏବେବି କେଓ୍ୱାଇସି କରି ନ ଥିବା ଲୋକଙ୍କ ଚାଉଳ ପଠାଯାଉଛି । ତାକୁ ଖୁବଶୀଘ୍ର ବନ୍ଦ କରି ଦିଆଯିବ । ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ। ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢାଇବେ, ତେବେ ଆମେ ମଧ୍ୟ ବଢାଇବୁ। ଯଦି କିଏ ବାଦ୍ ରହିଯାଇଥିବ, ତେବେ ସେମାନଙ୍କୁ ଲିଖିତ ଭାବେ ଦେବାକୁ ପଡିବ । ତାପରେ ଯାଇ ଆମେ ସେମାନଙ୍କ କଥା ବିଚାର କରିବୁ ବୋଲି କହିଛନ୍ତି ମନ୍ତ୍ରୀ ।
