ପ୍ରଜ୍ଞାନ ଓଝାଙ୍କୁ ନୂଆ ଦାୟିତ୍ଵ, ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ହେଲେ ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ପ୍ରଜ୍ଞାନ ଓଝା। ସାଉଥ୍ ଜୋନରୁ ସାମିଲ ହେଲେ ପ୍ରଜ୍ଞାନ ଓଝା। ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ । ନୂଆ ସଦସ୍ୟ ଭାବେ ଆର୍‌ପି ସିଂ ସାମିଲ, ସ୍ଥାନ ବଜାୟ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ପ୍ରଜ୍ଞାନ ଓଝା। ସାଉଥ୍ ଜୋନରୁ ସାମିଲ ହେଲେ ପ୍ରଜ୍ଞାନ ଓଝା। ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ । ନୂଆ ସଦସ୍ୟ ଭାବେ ଆର୍‌ପି ସିଂ ସାମିଲ, ସ୍ଥାନ ବଜାୟ ରଖିଲେ ଅଜୟ ରାତ୍ରା ।

ପ୍ରଜ୍ଞାନ ଓଝା ଭାରତ ପାଇଁ ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଏବଂ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟ କ୍ରିକେଟରେ ୧୧୩ଟି ୱିକେଟ୍ ନେଇଛନ୍ତି । ସେ ଦିନିକିଆରେ ୨୧ଟି ୱିକେଟ୍ ଏବଂ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦ଟି ୱିକେଟ୍ ମଧ୍ୟ ନେଇଛନ୍ତି । ପ୍ରଜ୍ଞାନ ଓଝା ସଚିନ ତେନ୍ଦୁଲକରଙ୍କ ଶେଷ ଟେଷ୍ଟ ମ୍ୟାଚ୍‌ରେ ୧୦ଟି ୱିକେଟ୍ ନେଇଥିଲେ, କିନ୍ତୁ ଏହା ପରେ ସେ ଆଉ କେବେ ଭାରତୀୟ ଟେଷ୍ଟ ଦଳକୁ ଫେରିପାରିଲେ ନାହିଁ । ଏହା ଦର୍ଶାଉଛି ଯେ ସେ ଚୟନ ପ୍ୟାନେଲ୍ ପାଇଁ ଜଣେ ଉପଯୋଗୀ ସଦସ୍ୟ ହୋଇପାରିବେ ।

ତେବେ ବିସିସିଆଇ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆରପି ସିଂହ ଏବଂ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଜାତୀୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ସେମାନେ ଚୟନ କମିଟିରେ ସୁବ୍ରତ ବାନାର୍ଜୀ ଏବଂ ଏସ୍ ଶରଥଙ୍କ ସ୍ଥାନ ନେବେ। ପୂର୍ବତନ ଭାରତୀୟ ଖେଳାଳି ଅମିତା ଶର୍ମା ମହିଳା ବରିଷ୍ଠ ଚୟନ କମିଟିର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ। ପାଞ୍ଚଟି ମହିଳା ଟେଷ୍ଟ ମ୍ୟାଚ୍ ଏବଂ ୧୧୬ ଟି ଦିନିକିଆ ଖେଳିଥିବା ଶର୍ମା, ନୀତୁ ଡେଭିଡଙ୍କ ସ୍ଥାନ ନେଇଛନ୍ତି। ପୂର୍ବତନ ଭାରତୀୟ ଖେଳାଳି ସୁଲକ୍ଷଣା ନାୟକ ଏବଂ ଶ୍ରାବନ୍ତି ନାଇଡୁଙ୍କୁ ମଧ୍ୟ ମହିଳା ବରିଷ୍ଠ ଚୟନ କମିଟିରେ ସାମିଲ କରାଯାଇଛି।

Leave a Reply

Your email address will not be published. Required fields are marked *