ସହରବାସୀଙ୍କ ପାଇଁ ଲୋକାର୍ପିତ ହେଲା ‘ସହର ସାଥୀ’

ଭୁବନେଶ୍ବର : ସହରବାସୀଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, , ୧୯୨୯ ଟୋଲ୍-ଫ୍ରି କଲ୍ ସେଣ୍ଟର “ସହର ସାଥୀ” ଆରମ୍ଭ କରୁଛୁ । ଲୋକଙ୍କୁ ଆଉ ପୌରପାଳିକା କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । କେବଳ ଏକ…

ଭୁବନେଶ୍ବର : ସହରବାସୀଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, , ୧୯୨୯ ଟୋଲ୍-ଫ୍ରି କଲ୍ ସେଣ୍ଟର “ସହର ସାଥୀ” ଆରମ୍ଭ କରୁଛୁ । ଲୋକଙ୍କୁ ଆଉ ପୌରପାଳିକା କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । କେବଳ ଏକ ଫୋନ୍ କଲରେ ଅଭିଯୋଗ, ପ୍ରଶ୍ନ, କିମ୍ବା ପ୍ରସ୍ତାବ ସିଧାସଳଖ ସହର ସାଥୀ ପାଖରେ ପହଞ୍ଚିବ। ସହର ସାଥୀ ୨୪ ଘଣ୍ଟା ଲୋକଙ୍କ ସେବାରେ ରହିବେ। ‘ଲୋକଙ୍କୁ ସେମାନଙ୍କ ଆକାଂକ୍ଷିତ ମୌଳିକ ସୁବିଧା ପ୍ରଦାନ କରାଇ ସେମାନଙ୍କ ଦୈନନ୍ଦିନ ଜୀବନକୁ ସ୍ବଚ୍ଛନ୍ଦ, ସାବଲିଳ ଏବଂ ସହଜ କରିବା’ ସରକାରର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *