ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ଏସିଆ କପ୍ ଫାଇନାଲ୍ରେ ଭାରତ । ୪୧ ରନ୍ରେ ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ । ୧୯.୩ ଓଭର୍ରେ ବାଂଲାଦେଶ ଟିମ୍ ଅଲ୍ ଆଉଟ୍ । କୁଲଦୀପଙ୍କୁ ୩, ବୁମ୍ରା ଓ ବରୁଣଙ୍କୁ ୨ଟି ଲେଖାଏଁ ୱିକେଟ୍ । ଓପନର୍ ଅଭିଶେଷ ଶର୍ମାଙ୍କ ଧୂଆଁଧାର ୭୫ ରନ୍ର ପାଳି । ଏହି ବିଜୟ ସହିତ ଭାରତୀୟ ଦଳ ଏସିଆ କପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିଛି।
ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସୁପର-୪ ରାଉଣ୍ଡ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୬୮ ରନ୍ କରିଥିଲା । ଅଭିଷେକ ଶର୍ମା ୩୭ ବଲ୍ ରେ ୭୫ ରନ୍ ର ଇନିଂସ ଖେଳିଥିଲେ। ସେ ୬ ଚୌକା ଏବଂ ୬ ଛକା ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ ଏବଂ ଶୁଭମନ ଗିଲ୍ ୨୯ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ରିଶାଦ ହୁସେନ୍ ୨ଟି ୱିକେଟ୍ ନେଇଥିବା ବେଳେ ମୁସ୍ତାଫିଜୁର ରହମାନ ଗୋଟିଏ ୱିକେଟ୍ ପାଇଥିଲେ। ବାଂଲାଦେଶ ୧୬୯ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଦଳ ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୭ ରନ୍ ସଂଗ୍ରହ କରିଛି। ଫଳରେ ଭାରତ ଏହି ମ୍ୟାଚ୍କୁ ୪୧ ରନ୍ରେ ବିଜୟ ହାସଲ କରିଛି। ଓପନର ସୈଫ୍ ହାସନ୍ ୬୯ ରନ୍ କରିଥିଲେ। ସେହିପରି ବାଂଲାଦେଶର ୯ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ। କୁଲଦୀପ ଯାଦବ ୩ ୱିକେଟ୍ ନେଇଥିଲେ। ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଥିଲେ।
ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଶ୍ରୀଲଙ୍କା ଏହାର ଦୁଇଟି ମ୍ୟାଚ୍ ହାରି ଫାଇନାଲ୍ ଦୌଡ଼ରୁ ବାହାର ହୋଇଯାଇଛି। ଟିମ୍ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିଛି ଏବଂ ଏବେ ବାଂଲାଦେଶକୁ ପରାସ୍ତ କରିଛି। ଆଜି ପାକିସ୍ତାନ ଏବଂ ବାଂଲାଦେଶ ଖେଳିବେ। ଏହି ମ୍ୟାଚ୍ର ବିଜେତା ସେପ୍ଟେମ୍ବର ୨୮ ତାରିଖରେ ଫାଇନାଲରେ ଟିମ୍ ଇଣ୍ଡିଆ ସହିତ ମୁକାବିଲା କରିବେ।
