ଭୁବନେଶ୍ଵର: ଭୁବନେଶ୍ଵରରେ ପ୍ରତିଷ୍ଠିତ ‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ । ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍ରେ ଚାଲିଛି ରେଡ୍ । ଭୁବନେଶ୍ବର ସିଆର୍ପି ଛକରେ ଥିବା ବଣିକ ସେଣ୍ଟର ଉପରେ ରେଡ୍ । ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ଛାନଭିନ୍ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ନେଇ ସୂଚନା ମିଳିଛି । ବିଜୟନଗର ଯାଉଥିବା ପରୀକ୍ଷାର୍ଥୀଙ୍କ ଭିତରୁ କିଛି ‘ବଣିକ’ର ଥିଲେ । ‘ବଣିକ’ର ୫ ବର୍ଷର ରେକର୍ଡ ଖୋଜୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ।
ତେବେ ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ କିଛି ‘ବଣିକ’ର ପରୀକ୍ଷାର୍ଥୀ ଥିବା ନେଇ ସୂଚନା ମିଳିଛି । ରେଡ୍ ବେଳେ ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା । ‘ବଣିକ’ କିଛି ପରୀକ୍ଷାର୍ଥୀଙ୍କୁ ପଠାଇଥିବା ସୂଚନା ମିଳିଛି । ତେବେ କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ତାହା ଆଗକୁ ସ୍ପଷ୍ଟ ହେବ । ଏହି ଘୋଟାଲା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚର ଅନୁସନ୍ଧାନ ଜାରି ରହିଛି।
