ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥିନୀ

ନୂଆପଡ଼ା: ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥିନୀ । ନୂଆପଡା ଉପନିର୍ବାଚନ ପାଇଁ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସ୍ନେହାଙ୍ଗିନୀ ଛୁରିଆ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ସ୍ନେହାଙ୍ଗିନୀ । ଅତାବିରାରୁ ୨ ଥର ବିଧାୟିକା ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ପାଇଁ ମନୋଜ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଥିଲା…

ନୂଆପଡ଼ା: ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥିନୀ । ନୂଆପଡା ଉପନିର୍ବାଚନ ପାଇଁ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସ୍ନେହାଙ୍ଗିନୀ ଛୁରିଆ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ସ୍ନେହାଙ୍ଗିନୀ । ଅତାବିରାରୁ ୨ ଥର ବିଧାୟିକା ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ପାଇଁ ମନୋଜ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଥିଲା । କିନ୍ତୁ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ବିଜେଡି ସୁପ୍ରିମୋ ।

ନୂଆପଡ଼ା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ରେ ଅନୁଷ୍ଠିତ ହେବ । ଏଥିରେ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝି ପ୍ରାର୍ଥୀଙ୍କ ଭାବେ ନିର୍ବାଚନ ଲଢିବେ ।

Leave a Reply

Your email address will not be published. Required fields are marked *