ଭୁବନେଶ୍ଵର: ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ଜାରି ହେଲା ନୂଆ SOP । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ SOP ଜାରି । ଗ୍ରାମୀଣ କ୍ଷେତ୍ରରେ ଜଳାଶୟ କିସମ ପ୍ଲଟର ହୋଇପାରିବନି ପଞ୍ଜୀକରଣ । ଜଳାଶୟ କିସମ ପ୍ଲଟ ଛଡ଼ା ଅନ୍ୟ ପାଇଁ ବିନା ସର୍ତ୍ତରେ ପଞ୍ଜୀକରଣ ଅନୁମତି । କୃଷି ପ୍ଲଟ୍ ପଞ୍ଜୀକରଣ ପାଇଁ ନେବାକୁ ପଡ଼ିବ ଅନୁମତି ।
ତେବେ ଏସଓପି ଅନୁସାରେ, ଗ୍ରାମାଞ୍ଚଳରେ ଜଳାଶୟ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର କିସମର ଜମି ଲାଗି ବିନା କୌଣସି ଅନୁମୋଦନରେ ହୋଇପାରିବ ପାର୍ଟ ପ୍ଲଟ୍ ପଞ୍ଜିକରଣ । ଜଳାଶୟ କିସମ ଜମି କ୍ଷେତ୍ରରେ ପ୍ଲଟ୍ ନୁହେଁ, ସମ୍ପୂର୍ଣ୍ଣ ପ୍ଲଟ୍ର ପଞ୍ଜୀକରଣ ସମ୍ଭବପର ହୋଇପାରିବ । ଟାଉନ୍ ପ୍ଲାନିଂ ଅଥରିଟି ଅଧୀନରେ ଆସୁଥିବା ଅଞ୍ଚଳରେ ଅଥରିଟିର ବିନା ଲିଖିତ ଅନୁମତିରେ ହୋଇପାରିବନି ପ୍ଲଟ୍ ପଞ୍ଜିକରଣ, କିନ୍ତୁ ବଂଶାନୁକ୍ରମିକ ପାରିବାରିକ ଜମି କ୍ଷେତ୍ରରେ ବିନା ଅନୁମୋଦନରେ ପ୍ଲଟ୍ ପଞ୍ଜିକରଣ ହୋଇପାରିବ । ସେହିପରି ଏକ ବଡ଼ ପ୍ଲଟରୁ ଗୋଟିଏ ଥର ପାଇଁ ୫୦୦ ବର୍ଗମିଟରରୁ କମ୍ ପରିମାଣର ପାର୍ଟ ପ୍ଲଟ୍ ପଞ୍ଜିକରଣକୁ ଅନୁମତି ମିଳିବ । ତେବେ ସେଇ ଜମି ରିଅଲ ଇଷ୍ଟେଟ୍ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ । ସେହିପରି ଚାଷ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍ ପଞ୍ଜିକରଣ ସମ୍ଭବପର । କିନ୍ତୁ ପ୍ଲଟ କେବଳ ଚାଷ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ । ଅନ୍ୟପକ୍ଷରେ ଜମି ପଞ୍ଜୀକରଣ ସମୟରେ ସବୁ ଜମିର ସବିଶେଷ ବିବରଣୀ ଯଥା ପ୍ରକୃତ ମ୍ୟାପ, ଜମି ସୀମା ଓ ଘୋଷଣାପତ୍ର ଜରୁରୀ । ଏହାର ଯାଞ୍ଚ ପରେ ଜମି ପଞ୍ଜିକରଣ କରିବେ ।
