ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, କଡା ସୁରକ୍ଷା ବଳୟରେ ପରୀକ୍ଷା ସେଣ୍ଟର

ଭୁବନେଶ୍ଵର: ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା । ପାଖାପାଖି ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା । ସାରା ରାଜ୍ୟରେ ଲଘୁଚାପ ଓ ଲଗାଣ ବର୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ୨୪…

ଭୁବନେଶ୍ଵର: ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା । ପାଖାପାଖି ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା । ସାରା ରାଜ୍ୟରେ ଲଘୁଚାପ ଓ ଲଗାଣ ବର୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଥିବା ବେଳେ ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ । ଏହି କଣ୍ଟ୍ରୋଲ ରୁମ ଜରିଆରେ ବୋର୍ଡରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିରୀକ୍ଷଣ କରି ପାରିବେ ବୋର୍ଡ ଅଧିକାରୀ । 

ଏହି ସ୍ପେସାଲ୍‌ ଓଟିଇଟି ପାଇଁ ରାଜ୍ୟରେ ଆବେଦନରତ ୭୫ ହଜାରରୁ ଅଧିକ ଇନ୍‌ସର୍ଭିସ ଶିକ୍ଷକଙ୍କ ମଧ୍ୟରୁ ୨ ହଜାର ୬ ଶହ ଜଣ ଶାରୀରିକ ଅକ୍ଷମ ପ୍ରାର୍ଥୀ ଥିବା ସୂଚନା ମିଳିଛି । ଉକ୍ତ ପ୍ରାର୍ଥୀମାନଙ୍କୁ ଅଧିକ ୫୦ ମିନିଟ୍‌ ସମୟ ଦିଆଯିବ । ପରୀକ୍ଷା ଦୁଇଟି ସିଟିଂରେ ହେବ । ପରୀକ୍ଷା ସକାଳ ୯ ରୁ ଆରମ୍ଭ ହେବ । ପ୍ରଥମ ସିଟିଂରେ ପେପର ୧ ପରୀକ୍ଷା ହେବ ଏବଂ ଏହା ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ସିଟିଂରେ ପେପର ୨ ପରୀକ୍ଷା ଅପରାହ୍ନ ୨ ଟାରୁ ସାଢେ ୪ ଟା ପର୍ଯ୍ୟନ୍ତ ଚାଲିବ । ତେବ ପୂର୍ବରୁ ସ୍ବତନ୍ତ୍ର ଓଟିଇଟି ପରୀକ୍ଷାକୁ ଜୁଲାଇ ୨୦ ତାରିଖ ରବିବାର ହେବାକୁ ଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ୍ ପାଇଁ ଜୁଲାଇ ୧୯ ତାରିଖ ଶନିବାର ବିଳମ୍ବିତ ରାତିରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ଏହି ପରୀକ୍ଷାକୁ ଅଗଷ୍ଟ ୩୧ ତାରିଖରେ କରାଯିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। କିନ୍ତୁ ଏହାକୁ ମଧ୍ୟ ବିଭିନ୍ନ କାରଣରୁ ବନ୍ଦ କରାଯାଇଥିଲା। 

Leave a Reply

Your email address will not be published. Required fields are marked *