ବାମନ ଜନ୍ମ: ଆସନ୍ତାକାଲି ୫ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଏଥିପାଇଁ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁ ମନ୍ଦିର ବନ୍ଦ ରହିବ । ସେହିପରି ଗତକାଲି ଗଜପତି ମହାରାଜଙ୍କର ୬୯ ଅଙ୍କ ଆରମ୍ଭ ହେବ । ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ…

ପୁରୀ: ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଏଥିପାଇଁ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁ ମନ୍ଦିର ବନ୍ଦ ରହିବ । ସେହିପରି ଗତକାଲି ଗଜପତି ମହାରାଜଙ୍କର ୬୯ ଅଙ୍କ ଆରମ୍ଭ ହେବ ।

ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ବାମନ ଜନ୍ମ ନୀତି । ଏହି ଦିନରେ ଅଦିତିଙ୍କ ଠାରୁ ବାମନ ରୁପରେ ମହାପ୍ରଭୁ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ୱିପ୍ରହର ଧୂପ ପରେ ପାଳିତ ହୋଇଥାଏ । ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି । ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପୂଜପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି । ଏହାଛଡ଼ା ଆସନ୍ତାକାଲି ଗରୁଡ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ପରମ୍ପରା ଶ୍ରୀମନ୍ଦିରରେ ପାଳିତ ହେବ । ସେପଟେ ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ମଧ୍ୟ ଅନୁଷ୍ଠିତ ହେବ । ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାନ୍ତି। ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିଥାନ୍ତି ।

Leave a Reply

Your email address will not be published. Required fields are marked *