କଲାମଙ୍କ ଜୟନ୍ତି ୨୦୨୫: ‘ମିସାଇଲ ମ୍ୟାନ’ ରୁ ‘ଜନତାଙ୍କ ରାଷ୍ଟ୍ରପତି’ ପର୍ଯ୍ୟନ୍ତ
ନୂଆଦିଲ୍ଲୀ: ଆଜି ମିସାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ । ନିଜର ଭିନ୍ନ ବ୍ୟକ୍ତିତ୍ବ ଯୋଗୁଁ ସେ ବିଶ୍ବବାସୀଙ୍କ ମନରେ ଜାଗା ବନେଇ ପାରିଛନ୍ତି । ତାଙ୍କ ସୁବିଚାର ଆଜିବି ଅନେକ ଲୋକଙ୍କୁ ପ୍ରେରଣା ଯୋଗାଉଛି । ଆଜିକାର ଯୁବପିଢି ଏବଂ ଛାତ୍ରଛାତ୍ରୀ ତାଙ୍କ ପ୍ରେରଣାରେ ପ୍ରେରିତ ହେଉଛନ୍ତି । ଜଣେ ମହାନ ବୈଜ୍ଞାନିକ ଏବଂ ଜଣେ ପ୍ରକୃତ ଦେଶପ୍ରେମୀ ଡକ୍ଟର ଅବୁଲ ପାକିର ଜୈନୁଲାବଦିନ…
